Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

sumanta behera

Romance

3  

sumanta behera

Romance

ଅଳପ ଦେଖାରେ

ଅଳପ ଦେଖାରେ

1 min
177


ଅଳପ ଦେଖାରେ ଅଳପ କଥାରେ ମୋହିନେଲ ମୋର ମନ 

ଅଳପ ହସିଣ ଭରିଦେଲ ମୋର ହୃଦୟରେ ପ୍ରେମ ଜ୍ଞାନ ।


ଅଳପ ଆସିଣ ମୋହରି ପାଖକୁ ଅଳପ ଦୂରେଇ ଗଲ 

ଅଳପ ପଛକୁ ଅଳପ ଚାହିଁଣ ପ୍ରେମର ବାରତା ଦେଲ 

ଅଳପ ଖୁସିରେ ହୃଦୟ ମୋହର ରଖିଲା ତୁମରି ଧ୍ୟାନ 

ଅଳପ ଦେଖାରେ ଅଳପ କଥାରେ ମୋହିନେଲ ମୋର ମନ ।


ଅଳପ ଦୁଃଖକୁ ଭାଗକରି ନେଲ ଜୀବନରୁ ମୋର ତୁମେ 

ଅଳପ ସୁଖରେ ଭରିଦେଲ ଖୁସି ସାହାଯ୍ୟ କରି ମୋ କାମେ ।


ଅଳପ ସ୍ଥାନକୁ ଅଧିକାର କଲ ମୋହରି ହୃଦୟେ ପୁଣି

ଅଳପ ସ୍ପର୍ଶରେ ପ୍ରେମରେ ତୁମର ଭିଜାଇଲ ମୋତେ ଜାଣି 

ଅଳପ ଦର୍ଶନ ପାଇଁଣ ତୁମର ପାଗଳ ହେଲା ମୋ ମନ 

ଅଳପ ହସିଣ ଭରିଦେଲ ମୋର ହୃଦୟରେ ପ୍ରେମ ଜ୍ଞାନ ।


ଅଳପ ପ୍ରେମରେ ଅଳପ ଗପିଲ ଆନନ୍ଦ ଉଲ୍ଲାସେ ହସି 

ଅଳପ ସମୟେ ପ୍ରଦାନ କରିଲ ମୋହରି ଜୀବନେ ଖୁସି ।


Rate this content
Log in

Similar oriya poem from Romance