STORYMIRROR

Ram Prasad Bisoi

Inspirational Others

3  

Ram Prasad Bisoi

Inspirational Others

ଅଳ୍ପ ଅଳ୍ପ-୭୪

ଅଳ୍ପ ଅଳ୍ପ-୭୪

1 min
13.3K


ଅଳ୍ପ ଅଳ୍ପ-୭୪

ଆକାଶ ଛାତି ଚିରି

ଯେତେବେଳେ

ମେଘ କରେ

ଶବ୍ଦ

ନିଦାଘ ଗ୍ରୀଷ୍ମ

ହସି

ପଚାରେ ଆକାଶକୁ

ଜଳୁଥିଲୁ

ପରା

ମୋ ଜ୍ଵଳନରେ

ଦେଖ

ମିଳିଗଲା

ତତେ

ତୋ

ପ୍ରିୟତମା ମେଘ

ନାଚି ଯା

ତା ସହ ଏଇ ଥରେ

କାଲି ସକାଳୁ

ପୁଣି

ଜଳିବୁ ମୋ ସହ ମିଶି

ବିରହେ

ପ୍ରିୟା ପ୍ରୀତି ଖେଦ

ଏ ଅଜବ ଦୁନିଆର ଗଜବ ଗାଥା

ଲୁହ ଏଠି ବେଶୀ

ହସ କମ

ଦେଖିବାକୁ ମିଳିଥାଏ-----!

©®କାଶ୍ୟପ,

ରାୟଗଡା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational