STORYMIRROR

Tikeshwar Sahu

Romance

3  

Tikeshwar Sahu

Romance

ଅଳକାକୁ ଶେଷ ଚିଠି

ଅଳକାକୁ ଶେଷ ଚିଠି

1 min
138


ଆକାଶର ମଲାଜହ୍ନ ଅବା ଚୂର୍ଣ୍ଣ ବିଚୂର୍ଣ୍ଣ ବିଛୁରିତ ତାରାଙ୍କର ମେଳେ,

ତୁମେ ଥାଅ ସୁନେଲି ଚିତା ହରିଣର ଛାଲ ଅବା ଚିତାବାଘ କଳାଧଳା ହଳଦିଆ ରଙ୍ଗ ଗହଣରେ,

ମୁଁ ଦେଖେ ଆହୁରି ଆଗକୁ ସ୍ବପ୍ନର ଅନେକ ଦୂରକୁ,

ରଙ୍ଗର ରୋଷଣୀ ଭିତରେ ତୁମେ ଲୁଚିଯାଅ ଗୋଲାପର ଗୋଲାପି ଓଠରେ |


ତୁମେ ଥିଲ କେବେ ମୋର ସ୍ବପ୍ନର ନାୟିକା କୁନୀ ବନ୍ଧୁଟିଏ ,

ବଗିଚାର ଗୋଲାପି ସହର ଝରାଝରା ଫୁଲ ଶେଫାଳି ମେଳରେ,

ଶୀତ ସକାଳର କୁହୁଡ଼ି ଘେରା ପାହାଡ଼ ଦେହରେ,

କଅଁଳିଆ ଖରାର କରୁଣ ପରଶେ ଲୁଚିଯାଅ ପତ୍ର ଗହଳରେ |


ଖୋଜିବୁଲେ ଏଆଡ଼େ ସେଆଡ଼େ ରାଜସ୍ଥାନ ମରୁରୁ ଉତ୍କଳର ଶ୍ୟାମ ସବୁଜୀମା ଯାଏ,

ବୁଦ୍ ବୁଦ୍ ଭଳି ଲୁଚିଯାଅ ଖରାଛାଇର ଲୁଚକାଳି ଖେଳରେ,

ସମ୍ଭାବନା ସବୁ ସମ୍ଭାବ୍ୟରେ ପରିଣତ ହୁଏ ମନ ଗହନରେ ,

ତ୍ବରିତ ରାଜମାର୍ଗର ସୀମାରେଖା ସବୁ ଲମ୍ବିଯାଏ ଦୂରରୁ ଦୂରକୁ ଦିଗବଳୟଯାଏ ହଜିଯାଏ ଅରୁଣ ରଙ୍ଗରେ |


ପ୍ରାଚୀ ଗଗନର ପାହାନ୍ତିଆ ତାରା ହୋଇ ଉଠିଆସ ସକାଳ ଖରାରେ,

ସ୍ବପ୍ନ ସବୁ ସତହୁଏ ବିଜୁଳିର ଚମକ ଛଟାରେ ,

ହୃଦୟର ନିଭୃତ କୋଣରେ ଦେଖାଦିଅ ଉଜ୍ବଳ ତାରକାଟିଏ ହୋଇ,

ଆଖିପତା ନଇଁଆସେ ମନର ସୁନେଲି ସ୍ବପ୍ନରେ ହାତକୁ ହାତ ଧରାଧରି ହୋଇ ଆପଣା ମେଳରେ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance