Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyanarayan Sahoo

Action Inspirational

4  

Satyanarayan Sahoo

Action Inspirational

ଅଳିଆ ପ୍ରଦୂଷଣ

ଅଳିଆ ପ୍ରଦୂଷଣ

1 min
262



ଅଳିଆ ଯେ ଅଦରକାରୀ ଜିନିଷ ପତ୍ର ଗୁଡିକ

ଏଣେ ତେଣେ ଫୋପଡ଼ାଇ ଦେଇଥାନ୍ତି ଲୋକ

ପଡି ଗଦା ହୋଇ ଅତି ଉତ୍କଟ ଦୁର୍ଗନ୍ଧ

ଜାତ ହୁଏ କ୍ରମେ ଧୀରେ କରଇ ଅଶୁଦ୍ଧ ।

ଜଳ, ସ୍ଥଳ, ବାୟୁ, ପୁଣି ମାଟି ଓ ଆକାଶ

ସାଥେ ପ୍ରତିକ୍ରିୟା କରି ନାଶେ ପରିବେଶ ।

ସ୍ଥାନ ମାନ ଶୋଭା ନାଶି କରଇ ଅସନା

କହନ୍ତି ତାହାକୁ ଅଳିଆ ବା  ଆବର୍ଜ୍ଜନା ।

ପ୍ରାକୃତିକ ଦ୍ରବ୍ୟ ତୁଳନା ରେ କୁତ୍ରୀମ ର

ଅଳିଆ ସାଧଇ କ୍ଷତି ଅତି ଭୟ ଙ୍କର । 

ପ୍ଲାଷ୍ଟିକ ଓ ପଲିଥିନ କଂକ୍ରିଟ ଅଳିଆ

ବିଦ୍ୟୁତ ଯନ୍ତ୍ରାଂଶ ପୁଣି କଳ କାରଖାନା ।

ଯାନବାହାନ ରୁ ଜାତ ନାନା ପ୍ରକାର ର

କୂତ୍ରିମ ରାସାୟନିକ ପଦାର୍ଥ ରାଶିର ।

ବଢ଼ୁଅଛି ଏବେ ଅତ୍ୟଧିକ ଉପଯୋଗ

ତହିଁରୁ ନିର୍ଗତ ତରଳ ବା ସୂକଠିନ ।

ଆବର୍ଜନା ଦ୍ବାରା ଏବେ ବଢେ ପ୍ରଦୂଷଣ

ହୋଇ ଥାଏ କେତେ ପୁଣି ଯେ ପୁନ ଚକ୍ରଣ ।

କିନ୍ତୁ ଫୋପଡାଇ ଦିଆ ଗଲେ ଏଣେ ତେଣେ

କ୍ଷତି ସାଧେ ନିତି ତାହା ବହୁ ପରିମାଣେ ।

ପ୍ରକୃତି ଓ ପରିବେଶ ସୌନ୍ଦର୍ଯ୍ୟର କ୍ଷୟ

ସହିତ ସୃଜଇ  ଦୁର୍ବିପାକ ବିପର୍ଯ୍ୟୟ ।


Rate this content
Log in

Similar oriya poem from Action