STORYMIRROR

Sachidananda Kar

Inspirational Children

3  

Sachidananda Kar

Inspirational Children

ଅଳି କରୁ ଦୟାମୟୀ

ଅଳି କରୁ ଦୟାମୟୀ

1 min
356

     ଭୋଦୁଅଟି ଗଲା ଆସିଲା ଅଶିଣ ମାସ

     ଶେଫାଳି ଫୁଲଟି ବିତରିଲା ମିଠା ବାସ

     ଏବେ ତୁମେ ମନେପଡ ନିତି

     ତୁମରି ପାଇଁକି ହୃଦୟରୁ ଆମ

         ଝରେ ଆବାହନ ଗୀତି ।। 


     ବାରତା ଦେଲାଣି ଧୋବ କାଶଫୁଲ ଆସି

     ବରଷା ଋତୁଟା ହୋଇଲାଣି ପରବାସୀ

     ତୁମ ମୂରତି ଗଢିବା କାମେ

     କାରିଗର ପୁଅ ଲାଗିଲାଣି  ତୁମେ

          ଆସିବ ଏ ଧରାଧାମେ ।। 


     ଆସ ଏବେ ତୁମେ  ହେଲାଣି ଆସିବା ବେଳ

     ଆଦର କରିବେ ହୋଇଲେଣି ସବୁ ମେଳ

     ତୁମ ଆସିବା ବାଟକୁ ଚାହିଁ

     ବସିଛନ୍ତି ବୋଲି ଆଉ କିଛି କଥା

          ମନରେ କାହାରି ନାହିଁ ।। 


     ସଜେଇ ହେଲାଣି ମଣ୍ଡପ ତୁମରି ପାଇଁ

     ଏକାଠି ହେଲେଣି ଯେତେ ସବୁ ସାହି ଭାଇ

     ପୂଜା କରିବାକୁ ତୁମ ପାଦ

     କି ଦିନ କି ରାତି ସବୁ ଲାଗଛନ୍ତି

          ଭୁଲି ରାଗ ହିଂସା ବାଦ ।। 


     ଦୂରୁଗତ ଜନ ତୁମକୁ କରିଛି ଆଶା

     ବୁଝିନିଅ ଆସି ତା'ର ମନ ତଳ ଭାଷା

     ମାଆ ଦିଅ ଦୁରୁଗତି ନାଶି

     ସବୁରି ମୁହଁରେ ଖୁସୀ ଫୁଲ ଫୁଟୁ

         ଯାଉ ଦୁଃଖ ରାଶି ରାଶି ।। 


     ଶରତେ ଆସୁଛ ଆସୁଥିବ ଆଗୋ ମାଆ

     ଆମକୁ ସତତ ହୋଇ ରହିଥିବ ସାହା

     ପୂଜା ଘେନୁଥିବ ଦୟା ବହି

     ସଭିଏଁ ତୁମକୁ ହାତ ଯୋଡି ଆମେ 

         ଅଳି କରୁ ଦୟାମୟୀ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational