STORYMIRROR

Prafulla Chandra Mishra

Classics

4  

Prafulla Chandra Mishra

Classics

ଅଲିଭା ସତ୍ୟ

ଅଲିଭା ସତ୍ୟ

1 min
346


ସତ୍ୟକୁ ଲୁଚାଇ ପାରେ ଖଳ ସିନା କ୍ଷଣିକ ପାଇଁକି କେବେ

ଲିଭାଇ ପାରିବୁ ନାହିଁ ଆରେ ଧନ ଡିଣ୍ଡିମ ବାଜିବ ଯେବେ

ଲୁଚି ଲୁଚି ରାଧା କୃଷ୍ଣ

ପ୍ରେମର ଡେଙ୍ଗୁରା ବାଜୁଥିଲା ବ୍ରଜେ 

 ଲିଭେନାହିଁ ସତ୍ୟ ଯେତେ ଲୁଚାଇଲେ(ଦିନେ) ଉଦ୍ଘାଟିତ ହେବଭବେ ।।


ସତ୍ୟ ସଦା ସତ୍ୟ ମେଘ ଉହାଡରେ ଜହ୍ନ ଲୁଚେ ଯେଉଁ ପରି

ମେଘ ଚାଲିଗଲେ ଜହ୍ନର ଯୋଛନା ଆକାଶୁଁ ପଡଇ ଝରି

ଅରୁଣ କିରଣେ ଯେହ୍ନେ

କୁଝ୍ଝଟିକା କ୍ଷଣେ ଯାଏ ଅପସରି

ଆପେ ଆପେ ସତ୍ୟ ବାହାରି ଫୁଟଇ କଳା କାଳିମା ବିଦାରି ।।


ସତ୍ୟର ଆଶ୍ରୟ ନେଇ କେତେ କେତେ ରାଜା,ପ୍ରଜା,ମୁନି ରୁଷି

ସହି ଛନ୍ତି କେତେ ଦୁଃସହ ଦୁଃଷଣ ପୁରାଣ ରେ ଲେଖାଅଛି

ସତ୍ୟ ସନାତନ ଜ୍ୟୋତି

ପ୍ରାପତେ ଶାନ୍ତି ମଳୟ ପ୍ରବାହେ ସେଠି

ଯୁଗେ ଯୁଗେ ସତ୍ୟ ଏକା ପରଂବ୍ରହ୍ମ ତା ବିନା କେ ଆଉଅଛି ।।


ସତ୍ୟସନ୍ଧ ଯୁଧିଷ୍ଠିର,ସତ୍ୟବନ୍ତ ଦାନବୀର ହରିଶ୍ଚନ୍ଦ୍ର

ଯେତେ ଛଳ ପାପ ଅସତ୍ୟ ପଥରେ କେତେ ମାୟା କେତେ ଛନ୍ଦ

ସହି ସହି ନଳ ରାଜା

ଘୋଡ଼ା ଘାସକଟା ସଇସ କଷଣ 

ଅଲିଭା ସତ୍ୟ ଉନ୍ମେଳନେ ଭାଗ୍ୟେ ଉଇଁଲା ପୁନେଇଁ ଚାନ୍ଦ ।।


ସଂସାରରେ ଏକ ଆଶ୍ଚର୍ଯ ସତ୍ୟ ସେ ସଭିଙ୍କୁ କରେ କବଳ

ତଥାପି ବିଷୟା ବିଷେ ଲୋଭ ମୋ‌ହ ଅର୍ଥ ସଂସାର ଜଞ୍ଜାଳ

କାମନା ବାସନା ଦୁଃଖ

ସତ୍ୟ ନିଶ୍ଚେଁ ମୃତ୍ୟୁ ରୂପେ “ଉପଗତ 

ଜାଣି ଶୁଣି ନର, “ନାରାଧାମ” ମର୍ତ୍ତ୍ୟେ ଖେଳୁଥାଏ ମିଛ ଖେଳ ।।



Rate this content
Log in

Similar oriya poem from Classics