ଅଲିଭା ସ୍ମୃତି
ଅଲିଭା ସ୍ମୃତି
ପୋଥି ପୁରାଣ ପଥର ଦେଖା
ପାଇନି ଆମ ଗାଁର ଲେଖା
ପାଇଛି ଯାହା କହୁଛି ତାହା
ବଢ଼ିଛି ତାର କୋଳରେ ,
ସାଇ ଭାଇଙ୍କ ଆଦରଯାଙ୍କ
ଭୂଳିପାରିନି ଭୋଳରେ।
ଅଛି ସେମଠ ଲିଭିଛି ତୋଟା
ଇସ୍କୁଲ ଘର ସବୁଠି କୋଠା
ଭୁବନେଶ୍ଵରୀମାଙ୍କ ବେଢ଼ା
ସୁଖଦୁଃଖର ଅଭଡ଼ା,
କାମକୁ ସାରି ଆସନ୍ତି ଭାରି
କରନ୍ତି ନାହିଁ ଅଲୋଡ଼ା।
ଛନ୍ଦ କପଟ ନରଖି ମନେ
ହସ ଖୁସିରେ ଥାଆନ୍ତି ଜନେ
କାର୍ତ୍ତିକ ମାସେ ସପତା ବସେ
ଝୁଲଣ,ହୋଲି, ରଥରେ ,
ଜାନିଯାତରା ବରସ ସାରା
ପୂଜା ପରବର ପଥରେ ।
ମୂରବୀ ମାନେ ଗଲେଟି କାହିଁ
ସବୁ କାମରେ ଆସନ୍ତି ଧାଇଁ
ବଂଶୀ ସାରଙ୍କୁ ହରାଇ ଆଜି
ଗାଁଆଟା ସାରା ଦୁଃଖରେ ,
ଦୁର୍ନୀତି ପାଇଁ ଗରଜି ଧାଇଁ
ସବୁରି ଙ୍କର ସୁଖରେ।
ଗୁରୁ ବୃତ୍ତିରେ ନୁହଁନ୍ତି ଭୀରୁ
ମୂରତି ପରି ଜୀବନ ସୁରୁ
ସାହସ ଆଉ ପ୍ରେରଣା ସେହି
ଝରେ ସୃଜନୀ ଧାରାରେ,
କଳ୍ପନା ଜାଙ୍କ ଲେଖନୀ ତାଙ୍କ
ଚାଳନା ରାତି ସାରାରେ।
ବାଟ ଘାଟରେ ହୋଇଲେ ଦେଖା
ଭଲ ମନ୍ଦକୁ ବୁଝନ୍ତି ଏକା
ଗ୍ରାମର କଥା ଲୋକଙ୍କ ବ୍ୟଥା
ଖୋଲି ଅନ୍ତର କଥାରେ ,
ପରିବାରର ଆପଣା ପରି
ଦେଖିଲେ ନୁଏଁ ମଥାରେ।
ଏଠାରେ କିଏ ଅମର ନାହିଁ
ପଞ୍ଚଭୂତରେ ମିଶିବା ଯାଇଁ
ଅଲିଭା ନିଆଁ ପରିକା କିଆଁ
ଆମ କିରତି ଯଶରେ,
ଜୀବନ ସାରା ଆଲୋକ ଧାରା
ବିଛେଇ ଦେଇ ହସରେ।