Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prahallad Sahoo

Inspirational

4.0  

Prahallad Sahoo

Inspirational

ଅଲିଭା ଗାର

ଅଲିଭା ଗାର

1 min
154



ମଣିଷ କେବଳ କ୍ୟାଲେଣ୍ଡରରେ

ଗାର ଟାଣି ମନେ ରଖିବା ଶିଖିଛି 

କିନ୍ତୁ ସମୟର ଅଲିଭା ଗାର 

ମଣିଷ ଛାତିରେ ସବୁଦିନକୁ ଟାଣି ହୋଇଯାଏ।


କିଏ ଟାଣି ଦେଲା ଏହି ଅଦେଖା ଗାର

କେଉଁ ଏକ ଅପହଞ୍ଚ ସୀମାନ୍ତରେ?

ଦିଶା ଦିଶୁ ନାହିଁ ଆଖି ପାଉ ନାହିଁ

ଆରମ୍ଭରେ ଶେଷ କି ଶେଷରେ ଆରମ୍ଭ 

ଜଣା ପଡେ ନାହିଁ 

ଆଦ୍ୟରେ ଅନ୍ତ କି ଅନ୍ତରେ ଆଦ୍ୟ

ବୁଝି ହେଉ ନାହିଁ।

ଯାହା ହାତରେ ଏ ଅଧିକାର 

ସେ ତ ସମୟ  

ଯେ ଟାଣି ପାରେ ଏ ଗାର।

ଜୀବନଟା ଏଠି କେତେବେଳେ 

ଫୁଲର ଶଯ୍ୟା ତ କେତେବେଳେ କଣ୍ଟା।

କେଉଁଠି କେତେବେଳେ କଣ 

ଭୋଗ କରିବାକୁ ପଡିବ

ତାହା କେବଳ ସମୟ ହିଁ କହିପାରେ 

ସେ ସୀମାରେଖା ନିର୍ଦ୍ଧାରିତ କରେ।

କାଳର କରାଳ ଗତିରେ ଏ ମଣିଷ 

କେତେବେଳେ କେଉଁ ଅବସ୍ଥାରେ ଗତି କରିବ

ସମୟ ହିଁ ବୟସ କାନ୍ଥରେ ଗାର ଟାଣିଦିଏ।

ଅବସ୍ଥା ଚକ୍ରରେ ମନୁଷ୍ୟ କେତେବେଳେ

ସମୟର ସେହି ଲକ୍ଷ୍ମଣରେଖା ଅତିକ୍ରମ କରିଯାଏ  

ସେ ନିଜେ ବି ଜାଣିପାରେ ନାହିଁ।

କେବଳ ସମୟର ସେହି ଅଲିଭା ରେଖା

ଡେଇଁ ସେ ଆଗକୁ ଆଗକୁ ଗତି କରିଯାଏ।

ଯାହା ଉତ୍ତମ କର୍ମ ସେ ସବୁ ଇତିହାସ 

ବନିଯାଏ ଏବଂ ଆଉ କିଛି ସ୍ମୃତି ବିସ୍ମୃତିର 

ଅବହାୱାରେ ଉଭେଇ ଯାଏ।



Rate this content
Log in

Similar oriya poem from Inspirational