ଅଲିଭା ଦୀପ
ଅଲିଭା ଦୀପ
ଦୀପଟିଏ ଜାଳିଛି ମୁଁ
ତୁମ ପାଇଁ ହେ ବଡ଼ ବଡୁଆ
ଲିଭିବନି ରହିଅଛ ରହିଥିବ
ତୁମେ ତ ଅଲିଭା ।
ଜଳୁଛି ମୋ ଜୀବନର ଅର୍ଘ୍ୟ ଦୀପ
ଘୃତ ସଞ୍ଜବତୀ
ଆସେ ଶୁଭ ଦୀପାବଳୀ ଜାଗିଉଠେ ପୂର୍ବଗାଥା
ହଜିଗଲା ସ୍ମୃତି ।
ରକତକୁ ପାଣି କରି ଜାତି ଜାତି
ଅନ୍ନ ଶସ୍ୟ କରିଛ ଉତ୍ପନ୍ନ
ବୁକୁରୁ ରକତ ଢାଳି ଉଡାଇଛ ଧର୍ମ ଧ୍ୱଜା
ରଖିଅଛ ଦେଶଜାତି ମାନ ।
ବେଦ ଓ ବିଜ୍ଞାନ ବଳେ ସୃଜି ଯାଇ
ଉନ୍ନତ ସମାଜ
ମହତୀ କୁଳ ସ°ସ୍କାରେ ଫୁଟାଇଛ ପିତୃଗଣ
ଜୀବନର ଶତଦଳ କମଳ ।
ଭରିଦିଅ ମନେ ଆମ ଜୀଗିବିଷା
ଜୀବନରେ ଅଫୁରନ୍ତ ଉଚ୍ଛ୍ୱ।ସ
ଅବତର ପିତୃଲୋକୁ ତେଜୋଦୀପ୍ତେ
ଭରିଦିଅ ପ୍ରାଣେ ପ୍ରାଣେ ବିଶ୍ୱାସ ।
ଉନ୍ମଷୁ ପ୍ରତିଭା ଶକ୍ତି ଆଜୀବିକା
ବୃତ୍ତିଗତ ଜ୍ଞାନ ଆଉ କୈ।ଶଳ
ଶୈ।ର୍ଯ୍ୟ ପରାକ୍ରମ ବଳେ ଏ ମାଟି ର ପୁଅ ରଚୁ
ଯଶକୀର୍ତ୍ତି ଇତିହାସ ଅମର ।
ଉତ୍କର୍ଷୁ ମୋ ଚାରୁକଳା ପରମ୍ପରା କଳିଙ୍ଗର
ନୈ।ବାଣିଜ୍ୟ ସମୁଜ୍ଜ୍ୱଳ ବିଭବ
ଅନ୍ତରୀକ୍ଷେ ପୁଣ୍ୟମାସ କାର୍ତ୍ତିକରେ
ଜାଳିଦେଇ ଆକାଶର ଦୀପ
ଫେରିଆସୁ ଶୁଭଦିନ କାମ୍ୟେ ଶୁଭାଶିଷ
ସାହାହୁଅ ଜଗଦୀଶ ହେ ପିତୃସ୍ୱରୂପ ।
