STORYMIRROR

Prahallad Sahoo

Abstract

3  

Prahallad Sahoo

Abstract

ଅଲୌକିକ ଦୃଷ୍ଟି

ଅଲୌକିକ ଦୃଷ୍ଟି

1 min
142

କିଏ ବା ଦେଖିବ ଆଉ ନେତ୍ର ଫେଡି!?!

ଆତ୍ମୀୟତାର ବନ୍ଧନ ହେଉ 

ଅବା

ବିଶ୍ବାସର ସମ୍ମୋହନ ହେଉ 

ଅବା

ଦକ୍ଷତାର ନିଚ୍ଛକ ନିଦର୍ଶନ

 ଯାହାର ସାକ୍ଷ ପ୍ରମାଣ

ମୋ ସୃଜନ ଶକ୍ତିର ପରିସ୍ଫୁଟନ।।


ତନ୍ଦ୍ରାଲୋକର ତରଳ ଅନ୍ଧକାରକୁ

ଗରଳ ସମ ପିଇନେବାରେ ଅନେକ ତୃପ୍ତି

ହେଉପଛେ ସେ ବିଷ, ଅମୃତ ସୂରୁପ

ତାକୁ ପାନ କରିନେବାର ଅନ୍ତିମ ଇଛା,

ନିଦ୍ରା ଦେବୀଙ୍କର କୋଳ ପରିତ୍ଯାଗ କରି

ଆଉ ଦୁଇ ଘଡି ଉଜାଗର ହେବାର ପ୍ରଚେଷ୍ଟା,

କାମନା ବାସନା ରହିତ ନିର୍ଜିବ ଶରୀରଟାକୁ

ସଂଜୀବିତ କରି ଦି ଅକ୍ଷର ଲେଖିବାର ଉଦ୍ୟମ,

ଏ ସବୁ ତା ବିନା ଆଉ କିଏ ଦେଖିପାରେ???


ଯାହାକୁ କେହି ଦେଖି ନପାରେ, ସେ ଅଦେଖା

ଯାହାର ମୂଲ୍ଯାଙ୍କନ ସ୍ଥୁଳତାରେ ଅସମ୍ଭବ, ସେ ଅମୂଲ୍ଯ ରତ୍ନ  

ସେହି ନିତ୍ଯ ନିରଞ୍ଜନ, ସତ୍ଯ ସନାତନ

ପ୍ରଭୁଙ୍କର ଅଲୌକିକ କୃପା ଦୃଷ୍ଟି ପର୍ଯ୍ଯବେକ୍ଷକ ସଦୃଶ

ଉତ୍ତଳ, ଅବତ୍ତଳ, ଅତଳ ଲେନ୍ସର ଉର୍ଦ୍ଧରେ

ଜ୍ଞାନ ନେତ୍ରେ ସେ "ଅଦେଖା ଓ ଅମୂଲ୍ଯ ରତ୍ନ" 

ତାଙ୍କୁ ହିଁ ଦୃଶ୍ୟମାନ ।


Rate this content
Log in

Similar oriya poem from Abstract