Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kabiratna N.K. Behera

Tragedy Action Classics

3  

Kabiratna N.K. Behera

Tragedy Action Classics

ଅକୁହା କଥା

ଅକୁହା କଥା

1 min
177


ମନର ଯେତେ ଅକୁହା କଥା 

କହି ହୁଏ ନାହିଁ ସହି ହୁଏ ନାହିଁ 

ମରମେ ଦିଏ ବ୍ୟଥା,

ମନ ପରି ମନଟିଏ କାହିଁ 

ଯା' ଆଗେ କହିବି 

ସାଇତି ରଖିଥିବା ଅନ୍ତରର ଗାଥା। 


ମୋ ଦୁଃଖଠୁ ଆନ ଦୁଃଖ ଯାଏ ବଳି 

ଜିଇଁବା ଜୀବନ ହୁଏ ଅସ୍ତବ୍ୟସ୍ତ, 

ଆତ୍ମଭରସା ଛାଡି ନିଜ କାମ 

ଅନ୍ୟଠାରେ କରେ ନ୍ୟସ୍ତ। 


ଚାଲିବାର ବାଟ ଅଙ୍କାବଙ୍କା 

ଭାରି ଦୁର୍ଗମ କଣ୍ଟକିତ,

ଦିବାଲୋକ ଲାଗେ ଅଗନାଅଗନି ବନସ୍ତ 

ଶୁଭେ ହିଂସ୍ର ଶାର୍ଦୁଳର ହେଣ୍ଟାଳ 

କଅଁଳ ଛାତି ଥରହର 

ଆଶଙ୍କାରେ ହୁଏ ଖାଲି ଭୟଭୀତ।


ଫୁଲ ପରି ଓଠର ମଧୁର ହସ 

ଅଶାନ୍ତିର ଟାଣ ଖରାରେ ଯାଏ ଝାଉଁଳି,

ଅଭାବ ଅନାଟନର ନାହିଁ ନାହିଁ 

ସଂସାର ଭିତରେ ମାନସିକତା ପଡେ ବଳି। 


ହୃଦୟର ଭାବ ମନର ଆଶା 

ବୁଝେନା ସମୟର ପ୍ରତିଦ୍ବନ୍ଦିତା, 

ପ୍ରତାରଣାର ପ୍ରତିଧ୍ୱନି 

ସୃଷ୍ଟି କରେ କୋଳାହଳ 

ଭାଙ୍ଗିଦିଏ ଶାନ୍ତି ସନ୍ତୋଷର ଏକାଗ୍ରତା।


ଧୈର୍ଯ୍ୟ ଆଉ ସାହସର 

ଅପେକ୍ଷା ଅପେକ୍ଷାରେ ପଡେ ଅସ୍ତରଙ୍ଗ,

ସମ୍ଭାବନାର ଯେତେ ସାମର୍ଥ୍ୟ 

ପାଲଟିଯାଏ ନିସ୍କ୍ରୟ ପକ୍ଷାଘାତୀ ଅଙ୍ଗ।


ସାନ୍ତ୍ଵନାର ଚିକିତ୍ସାରେ ହୁଏନା ଆରୋଗ୍ୟ 

କି ମିଳେନା ତିଳେ ଉପଶମ, 

ଛାତିର କୋହ ଆଖିର ଲୁହ ହୋଇ 

ଅକୁହା କଥା ଯେତେ ରହିଯାଏ 

ଜୀବନର ସମୟ ହେବା ଯାଏଁ ଅନ୍ତିମ। 


Rate this content
Log in

Similar oriya poem from Tragedy