ଅକୁହା କଥା
ଅକୁହା କଥା
ଅକୁହା କଥା ଯେ କିଛି ହୁଏ ନାହିଁ କହିଁ
ଜନେ ତାହା କେଉଁ ପରି ଥାଆନ୍ତି ଜଣାଇ ?
ପ୍ରତି ପ୍ରାଣେ ଜାଗେ ନିତି ଅନନ୍ତ ଭାବନା
ପ୍ରକାଶିଲେ ମିଳେ ସିନା ପ୍ରୀତି ମଧୁରିମା ।
ମଧୁମୟୀ ପ୍ରେମମୟୀ ଆନନ୍ଦ ଆହ୍ବାନେ
ସିନା ନିତି ଉଠେ ଭାବ ଯେ ' ଜାଗ୍ରୁତି ଆଣେ ।
କିନ୍ତୁ ଯା ' ବିରାଗେ ଅବା ଅନୁରାଗେ ଜାତ
ସ୍ବପ୍ନମୟୀ ଅନୁଭୁତି ପରାୟ ସଂଜାତ ।
ହୋଇ ଥାଏ ଚିଦାକାଶେ ନିତି ମୁର୍ହୁ ମୁର୍ହୁ
ଗହନ ଗୋପନ କେତେ ଭାବନା ଯେ ', ବହୁ
ଯାହାକୁ କହିଲେ ଅବା ସହିବ ଯେ କେହୁ !
ଅସହ୍ଯ କୋହ ଓ ଶୋକ ଯନ୍ତ୍ରଣା ବାପୀଡା
ପ୍ରକାଶନେ ପ୍ରତିମନେ ଆଣେ ଯାହା ବ୍ରୀଡା ।
ଅକୁହା କଥା ସେ ସବୁ ଗୋପନ ମରମେ
ଭାବ ଅନୁଭବେ ଭାଳି ହୁଏ ସିନା ମନେ ।
ମାତ୍ର ଭାଷା‐ ଆଭୁଷଣେ ବିଶୋଭନେ କେବେ
ନ ହୁଏ ଶୋଭାଇ ଅବା କହି କାହା ଆଗେ ।
ଭାବି ହୁଏ ଚିନ୍ତି ହୁଏ ଅନ୍ତରେ ଗୋପନେ
କିନ୍ତୁ କେବେ ଯୋଗ୍ଯ ନୁହେଁ ଯାହା ପ୍ରକାଶନେ ।
ଅକୁହା କଥା ତା' ଅଟେ କହି ଦେଲେ କାଟେ
ଅକୁହା ଆବେଗେ ପ୍ରାଣ ଆହା କି ! ଉଚ୍ଚାଟେ !
ଅକୁହା ବ୍ଯଥା ର ଭାର ଧରି ନିରନ୍ତର
ମରମ ବେଦନା ମନେ ମରଇ ଅଜସ୍ର !
ହସ ଅଶ୍ରୁ ଓ ପୁଲକ ବୁଣି ପ୍ରତିକ୍ଷଣେ
ଭାବ ରାଶି ଯେତେ ସବୁ ଜାତ କ୍ଷଣେ କ୍ଷଣେ ।
କୋମଳ ପରାଣେ ସ୍ରୁଜେ ଦୁର୍ବାର ଯାତନା
ଅକୁହା କଥା ଓ ଯେତେ ଅକୁହା ବେଦନା !