STORYMIRROR

Prabhati Mahapatra

Tragedy Inspirational Others

3  

Prabhati Mahapatra

Tragedy Inspirational Others

ଅକୁହା କଥା

ଅକୁହା କଥା

1 min
146

ଦୂରେ ବହୁ ଦୂରେ ରହିଲ ହେ ପ୍ରିୟ

କିଏ ସେ ବୁଝିବ ମନ

ସପନରେ ଆସି ଚାଲି ଯାଅ ତୁମେ

ଲାଗେ ମୋତେ ସତେ ଭ୍ରମ ।

ଉଷା ଆଗମନେ ମନ ଛନ୍ନଛନ୍ନ

ଦେଖ ସେ ଯେ ମଲା ଜହ୍ନ 

ଦୂରେ ବହୁ ଦୂରେ

ସ୍ବର୍ଣ୍ଣିମ କିରଣ ବିଛେଇ ପଡିଛି

ଆଙ୍କି ତୁମ ପାଦ ଛବି

ରାଜୀବ ବନରେ ତୁମ ମୁହଁ ଦିଶେ

କିଛି ତ ପାରେନା ଭାବି

ମନ ତଳ କଥା  ମନେ ଲୁଚି ଯାଏ

କରେନା କାହାର କାନ 

ଦୂରେ ବହୁ ଦୂରେ

ସାରା ଦିନ ବିତେ ଉଦାସ ପ୍ରାଣରେ

ଦିନ ଲାଗେ ଅସରନ୍ତି

ବେଳ ବୁଡି ଯାଏ ପ୍ରତୀଚୀ କାନ୍ଥରେ

ଲିଭି ଆସେ ମୋର କାନ୍ତି

ମଧୁ ଝରା ରାତି   ଜଗାଏ ପୀରତି

ତୁମ ବିନା ନାଚେ ତମ 

ଦୂରେ ବହୁ ଦୂରେ

ସୁଗନ୍ଧିତ ପୁଷ୍ପ  ମହକାଇ ଦେଇ

ହୃଦ କରେ ଆନମନା

ଅପସରା ଯାଏ  ବିଜନ ରଜନୀ

ସ୍ବପ୍ନ କରି ଦେଇ ଚୂନା

ବଞ୍ଚିଛି ଆଜି ମୁଁ ତୁମରି ସ୍ମୃତିରେ

ଦିଗହରା ପକ୍ଷୀ ସମ

ଦୂରେ ବହୁ ଦୂରେ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy