STORYMIRROR

Sunita Barik

Tragedy

3  

Sunita Barik

Tragedy

ଅକୁହା ବେଦନା

ଅକୁହା ବେଦନା

1 min
295

ହଁ

ତୁମେ ସହଜରେ କହିଦେଇ ପାର

ମୁଁ କଳଙ୍କିନୀ ବୋଲି

କହିଦେଇ ପାର ମୁଁ ବିଶ୍ବାସଘାତିନୀ ବୋଲି

ତୁମେ ଏମିତି ବି କହିଦେଇ ପାର

ମୁଁ ଛଳନାରେ ସର୍ବସ୍ବାନ୍ତ କରିଦେଇଛି

ତୁମକୁ ଆପାଦମସ୍ତକ

ହେଲେ ଏସବୁ କହିବା ଆଗରୁ

ଅନ୍ତତଃ ଥରୁଟିଏ ଶୁଣିନିଅ ମୋ

ହୃଦୟ ର ଅକୁହା ବେଦନା କୁ

ଥରୁଟିଏ ମାତ୍ର ସୁଯୋଗ ଦିଅ

ମୋ ନିଜକୁ ପ୍ରମାଣିତ କରିବା ପାଇଁ

ହେଲେ ନା ?

ତମେ ପାରିବନି

କାହିଁକି ନା ତୁମେ ପୁରୁଷ

ସୁଯୋଗ ଦେଲେ ଭାଙ୍ଗି ଯିବ

ତୁମର ମିଥ୍ୟା ଗର୍ଵ, ଅହଂକାର

ଭାଙ୍ଗି ରୁଜି ଚୂରମାର ହୋଇଯିବ

ତୁମ ଅଭିମାନରେ ଗଢା ବିଶାଳ ପ୍ରାଚୀର

ଥାଉ! ଲୋଡା ନାହିଁ 

ତୁମର କାଣିଚାଏ ସହଚାର୍ଯ୍ୟ

ଯେଉଁଠି ଵିଶ୍ଵାସ ଓ ଭରସାରେ

ଲେସ ମାତ୍ର ନାହିଁ

ସେଠାରୁ କିଛି ଆଶା କରିବା ନିରର୍ଥକ

ତୁମେ ଯାହା ବି କୁହ

ମୁଁ କିନ୍ତୁ ଜାଣେ ମୋ ନିଜକୁ

ମୁଁ ବୁଝେ ମୋ ଅନ୍ତଃମନ କୁ

ମୁଁ ଭଲଭାବରେ ଜାଣେ ଏ

ସ୍ଵାର୍ଥରହିତ ସମାଜକୁ

ଆଉ କେହି ଦିଅ ନାହିଁ ମୋତେ

ମିଥ୍ୟା ଆଶ୍ଵାସନା କିମ୍ବା ପ୍ରଲୋଭନ

ମୁଁ ନାରୀ!

ମୁଁ ଭଳିଵିନି ତୁମର ଏ କୁତ୍ସରଟନାରେ

କି ହଜିବା କୁ ଦେବିନି ମୋର

ଅସ୍ତିତ୍ବ କୁ ଏ ମିଥ୍ୟା ପ୍ରହେଳିକା ରେ

                   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy