Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nibedita Panda

Classics

3  

Nibedita Panda

Classics

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
5



ବୈଶାଖ ମାସର ଶୁକ୍ଳ ତୃତୀୟାଟି

   ଅକ୍ଷୟ ତୃତୀୟା ନାମେ,

ଏହି ଧରା ଧାମେ ରହିଅଛି ଖ୍ୟାତ

    ଶୁଭ ଅନୁକୂଳ କାମେ।


ଜଗନ୍ନାଥଙ୍କର ଚନ୍ଦନ ଯାତ୍ରାର

    ଶୁଭାରମ୍ଭ ତିଥି ଦିନ,

ରଥକାଠ କାମ ହୁଏ ଅୟରାମ୍ଭ

    ଅକ୍ଷୟ ତୃତୀୟା ଦିନ।


କୋକେଇରେ ନେଇ ଧାନ ଓ ଗୈାଣୀ

     ନାଲି କପଡାକୁ ଢାଙ୍କି,

ଝୋଟି ଚିତା ଲେଖି ଫୁଲ ଚନ୍ଦନରେ

    ଭୋଗ ନୈବେଦ୍ୟ ସମର୍ପି।


କରିଥାଏ ଯାଇ ଚାଷ ଅନୁକୂଳ

   ଅକ୍ଷିମୁଠି ବୋହି କ୍ଷେତେ,

ଲକ୍ଷ୍ମୀ ପୂଜାକରି ଧାନ ବୁଣିଥାଏ

   କେତେ ହରସରେ ସତେ।


ଅକ୍ଷୟ ତୃତୀୟା ମହାଶୁଭ ଦିନ

    ସବୁ କାମେ ଫଳ ଶୁଭ,

ବିନା ପାଞ୍ଜି ଦେଖି ତିଥି ନ ଜାଣି କି

     କାର୍ଯ୍ୟ ହୁଏ ଶୁଭାରମ୍ଭ।

  

ଶୁକ୍ଳ ପକ୍ଷେ ପଡେ ଅକ୍ଷୟ ତୃତୀୟା

     ବୈଶାଖ ମାସରେ ପୁଣି,

ଚାଷି ଚାହିଁ ଥାଏ ଏହି ଦିନଟିକୁ

    ଧାନ ଦେବ କ୍ଷେତେ ବୁଣି। 


କୁବେରଙ୍କୁ ଧନ ଭଣ୍ଡାର ମିଳିଲା

    ଅକ୍ଷୟ ତୃତୀୟା ଦିନ,

ପାଣ୍ଡବ ମାନଙ୍କୁ ଅକ୍ଷୟ ପାତ୍ର ଯେ

    ସୂର୍ଯ୍ୟ କରିଲେ ପ୍ରଦାନ।


ବୃନ୍ଦାବନ ଧାମେ ବାଙ୍କ ବିହାରୀଙ୍କ

    ଚରଣ ଦର୍ଶନ ଦିନ,

କନକଧାରା ସ୍ତୋତ୍ର ଶଙ୍କରାଚାର୍ଯ୍ୟ 

    କରିଥିଲେ ଯେ ଲିଖନ।


ବଳଦେବଜୀଉ ମନ୍ଦିରେ ଚାଲଇ

    ବହୁ ଭବ୍ୟ ସମାରୋହ,

ବଳରାମ ସହ ରେବତୀଙ୍କର ଯେ

    ହୁଅଇ ଶୁଭ ବିବାହ।


ଶୀତଳଷଷ୍ଠୀ ଯାତ୍ରାର ଶୁଭାରମ୍ଭ

    ସମ୍ବଲପୁରରେ ଜାଣ,

ଅକ୍ଷୟ ତୃତୀୟା ତିଥିଟି ଅଟଇ

    ଅନେକ ମହତ୍ତ୍ଵ ପୂର୍ଣ୍ଣ।


କୃତ୍ତିକା, ରୋହିଣୀ ନକ୍ଷତ୍ର ରୁହଇ

   ତୃତୀୟା ତିଥିରେ ଯେଣୁ,

ସମସ୍ତ ଦୃଷ୍ଟିରୁ ଶୁଭ ହୋଇଥାଏ

    ଅକ୍ଷୟ ତୃତୀୟା ତେଣୁ।


  


Rate this content
Log in

Similar oriya poem from Classics