Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nibedita Panda

Inspirational

4  

Nibedita Panda

Inspirational

ଅବିଦ୍ଯା

ଅବିଦ୍ଯା

1 min
12



ବିଦ୍ୟା ଦିଏ ମୁକ୍ତି ଅଜ୍ଞାନତା ମଧ୍ୟୁ

     ଅନ୍ଧକାର କୁସଂସ୍କାରୁ,

ଐଶ୍ୱରୀୟ ଭାବ ପରମାର୍ଥ ଲାଭ

       ହୁଅଇ ବିଦ୍ୟା ବଳରୁ।

      

ମୋହ ମାୟା ଗ୍ରସ୍ତ ଅବିଦ୍ୟା ଲକ୍ଷଣ

       ବ୍ରହ୍ମ ଶକ୍ତି ଅପ୍ରକଟ,

ଦେହାଭିମାନରେ ଅହଂକାର ବଶ

      ବିଷୟାଭୋଗ କପଟ।

ଅବିଦ୍ୟା ଦେଖାଏ ନଷ୍ଟ ହେବା ପଥ

       ବ୍ରହ୍ମସୂତ୍ରର କଣ୍ଟକ,

ବିଦ୍ୟା ତ ଅମୃତ ମୋକ୍ଷତା ବାହକ

       ହୁଏ ମୁକ୍ତି ପ୍ରଦାୟକ।

ଆସକ୍ତି ମଧ୍ୟରୁ ମୁକ୍ତିଲାଭ ପଥ

      ପ୍ରକୃତ ବିଦ୍ୟାର ଲକ୍ଷ୍ୟ,

ଷଢରିପୁଙ୍କର ଉପରେ ଅଙ୍କୁଶ

    ବିଦ୍ୟା ବଳେ ଆସେ ମୋକ୍ଷ।

ମାୟା ମୋହ ଠାରୁ ଜୀବନେ ଦୂରେଇ

      ନିର୍ମୋହ ଜୀବନ ଜିଇଁ,

ଭଗବତ ପ୍ରେମେ ଧ୍ୟାନ ରଖିଥିଲେ

      ସୁବିଦ୍ୟା ପ୍ରାପ୍ତି ହୁଅଇ।

ମାନବ ସେବାକୁ ବ୍ରତ କରି ନେଇ

      ଦେଲେ କା' ଓଠରେ ହସ,

ଜୀବନେ ଉନ୍ମୁକ୍ତ ଦିବ୍ୟ ଜ୍ଞାନ ପଥ

      ସୁଗମ ହେବ ଅବଶ୍ୟ।

ମୋହ ଓ ମାୟାକୁ ପ୍ରେମେ ବଦଳାଅ

      ଅଶାନ୍ତି ଠାରୁ ପ୍ରଶାନ୍ତି,

ବିଦ୍ୟା ହେବ ନାହିଁ ଦୂରୁହ ବ୍ୟାପାର

      ହୋଇବ ମୋକ୍ଷତା ପ୍ରାପ୍ତି।

ମନ ମଞ୍ଜୁରୀରେ ଚେତନାର ପକ୍ଷୀ

     ଖୋଜୁଛି ମୋକ୍ଷର ମାର୍ଗ,

ଧ୍ୟାନ ଓ ଚିନ୍ତନ ଆଧ୍ୟାତ୍ମିକ ପଥେ

        ଜୀବନ କର ଉତ୍ସର୍ଗ।

ପଛଘୁଞ୍ଚା ଜମା ଦିଅ ନାହିଁ କେବେ

     ଦୁର୍ଲ୍ଲଭ ଜୀବନ ପାଇ,

ଦିବ୍ୟ ଜ୍ଞାନ ଅଛି ମାନବ ପାଖରେ

     ଅକାରଣେ ସାର ନାହିଁ।

ଅନେକ ଜନ୍ମର ତପସ୍ୟା ଫଳରେ

       ମିଳିଅଛି ଏହି ଜନ୍ମ,

କିଛି ବିଦ୍ୟା ଅର୍ଜି ସତ୍ ପଥେ ଚାଲ

      ଜୀବନ ହୋଇବ ଧନ୍ୟ।

ମନ ପ୍ରଶୀକ୍ଷଣ ସର୍ବଦା ଜରୁରୀ

    ରୁହ ବିବେକ ଅଧୀନେ,

ଈଶ୍ବରଙ୍କ କୃପା ଅବଶ୍ୟ ପାଇବ

      ଅବିଦ୍ୟା ନାଶି ଜୀବନେ।

ବୁଝିଗଲେ ଥରେ ଏ ଗୁଢ ରହସ୍ୟ

     ଆତ୍ମ ସଞ୍ଜମତା କଥା,

ଆତ୍ମା ଓ ପରତ୍ମା ମିଳନ ସମ୍ଭବ

     ସହଜ ହେବ ମୋକ୍ଷତା।

   



Rate this content
Log in

Similar oriya poem from Inspirational