STORYMIRROR

Sunita Kar

Abstract Classics Others

3  

Sunita Kar

Abstract Classics Others

ଅକ୍ଷୟ ତୃତୀୟା

ଅକ୍ଷୟ ତୃତୀୟା

1 min
198


ଶୁଣ ଲୋ ମିତଣି , ଆଜ ଦିନର କଥନ 

ଅକ୍ଷୟ ତୃତୀୟା ନାମ, ବହିଛି ଏ ଜାଣ।

ଏହି ଦିନେ ଆବିର୍ଭୂତା, ଭାଗୀରଥୀ ମାତ 

କରିବାକୁ ସେ'ତ ଉଦ୍ଧାର ଜଗତ।

ପର୍ଶୁରାମ ରୂପେ ଜାତ, ସ୍ବୟଂ ନାରାୟଣ 

ରହିଲା କୃଷ୍ଣାର ଲଜ୍ଜା, ପାଇ କୋଟି ବସ୍ତ୍ର ।

ସୃଷ୍ଟିକର୍ତ୍ତା ବ୍ରହ୍ମା କୁମର ଅକ୍ଷୟ 

ଆଜିର ଏ ଶୁଭ ଲଗ୍ନେ ଜନ୍ମ ତା'ର ଜାଣ ।

ଚନ୍ଦନ ଯାତ୍ରା ରେ ପ୍ରଭୁ ଲିଙ୍ଗରାଜ 

ଦେଖ ସଖୀ କି ଅପୂର୍ବ 

ସତ୍ୟ-ଶିବ-ସୁନ୍ଦର ଲୋ 

ନାମ ତୁହି ଭଜ ।

କାଳିଆ ର ରଥ ଲାଗି ଅନୁକୂଳ ଆଜି, 

ଦିନ ତୁହି ଗଣୁଥାଆ, ଯିବୁ ଯାତ ଦେଖି ।

ଚାଷୀ ଭାଇ ପୂଜା କରେ 

ମାଟି ମାଆକୁ ଆନନ୍ଦରେ ମାତି,

କ୍ଷୀରୀ, ଖେଚୁଡି ର ଭୋଗ 

ଅନ୍ନପୂର୍ଣା ଙ୍କୁ ପରସି ।

କି କହିବି ମହତ ଲୋ 

ଆଜି ଏ ଦିନର,

ମନାସୁଛି ମାଆ କତି ,

ଅକ୍ଷୟ ହେଉ ତୋ ସୁଖଶାନ୍ତି ର ସମ୍ପତ୍ତି ।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract