STORYMIRROR

Sadananda Sahoo

Inspirational

3  

Sadananda Sahoo

Inspirational

ଅକ୍ଷୟ ତୃତୀୟା ଭରିଦିଏ ଆଶା

ଅକ୍ଷୟ ତୃତୀୟା ଭରିଦିଏ ଆଶା

1 min
190



 ପରମ୍ପରା ବିତ୍ତ ଓଡ଼ିଆ ବଳିଷ୍ଠ

   ଜଗନ୍ନାଥ ସଂସ୍କୃତିରେ

କୃଷି ଆଧାରିତ ପାଳେସେ ପରବ

   ଭକ୍ତିପୂତ ଭାବନାରେ !!


ବୈଶାଖ ଶୁକ୍ଳର ତୃତୀୟା ତିଥିରେ

    ଅକ୍ଷୟ ତୃତୀୟା ପର୍ବ ;

କୃଷି କର୍ମଣର ହୁଏ ଅୟାରମ୍ଭ

    ଶୁଭ ଅନୁକୂଳ ଭାବ!!


ଲକ୍ଷ୍ମୀ ନାରୟଣ ହୁଅନ୍ତି ତ ପ୍ରୀତ

   ମହାତିଥି ବିଶେଷାଙ୍କ ;

କୃଷକ ସମାଜ ପାଳନ୍ତି ପରବ

   ଆଶାର ଅଙ୍କୁରୋଦଗ୍ମ!! 


ନୂଆ ମାଣ ଶେର ଗଉଣିରେ ଧାନ

    ଧୂପଦୀପ ନଇବେଦ୍ୟ ; 

ନଵବସ୍ତ୍ର ପିନ୍ଧି ଅର୍ଘ୍ୟ ଦିଏ ବାଢି

    ବିରାଜନ୍ତି ଲକ୍ଷ୍ମୀମାତ !! 


ଚାଷାପୁଅ ହସେ ବୀଜ ବିପଣନେ

    ଆଶା ବିଶ୍ଵାସକୁ ନେଇ ;

ପ୍ରଭୁ ଜଗନ୍ନାଥ ଅନ୍ନପୂର୍ଣ୍ଣା ମାତ

   ନିରାଶା କରନ୍ତି ନାଇଁ !! 


ଝୋଟି ଚିତା ଆଙ୍କି ପୂଜେ ଓଡ଼ିଆଣୀ

    କୃଷକ ଘର'ର ବୋହୂ ;

ଲକ୍ଷ୍ମୀ ଆରାଧନା ସତେ ତା'ସାଧନା

   ଯେତେ ସେ'ଅଭାବେ ଥାଉ. !!

      

ଆରିଶା କାକରା ଭଳିଭଳି ପିଠା

     ଅକ୍ଷୟ ତୃତୀୟା ତତ୍ତ୍ଵ. ; 

ୃଷି ଭୂମିପୂଜା  ଅନ୍ନେ ବିମଣ୍ଡିତ

    ଶୁଭାଶିଷେ ସଦାଚିତ୍ତ. !!


ଇନ୍ଦ୍ରଦେବତାଙ୍କ କରୁଣା ପ୍ରଦତ୍ତ

   ପହିଲି ବରଷା ଟୋପା ;

ଏମହା ତିଥିରେ କ୍ଷେତ ସ୍ନାନକରେ

    ଉଜ୍ଜୀବିତ ହୁଏ ଆଶା !!


ମହାପୂଣ୍ୟ ତିଥି ଭାବନା ସରାଗି

    ଓଡ଼ିଆ ଶିଳ୍ପୀର ଲଗ୍ନ ; 

ଘୋଷ ଯାତ୍ରା ପାଇଁ ନିହାଣ ସ୍ପର୍ଶଇ

    ରଥ ନିର୍ମାଣରେ ମଗ୍ନ. !!


ତ୍ରେତୟା ଯୁଗର ରହିଛି ପ୍ରବାଦ

    ଅକ୍ଷୟ ତୃତୀୟା ଗାଥା ; 

ଏଇ ଦିବସରେ ଆବିର୍ଭାବ ହେଲେ

    ଜନକ କଲ୍ୟାଣୀ ସୀତା  !! 


ପର୍ଶୁରାମଙ୍କର ଜନମ ଦିବସ

    ଅକ୍ଷୟ ତୃତୀୟା ଦିନ ; 

ପୁରାଣେ ବର୍ଣ୍ଣିତ ଏକଥା ବଳିଷ୍ଠ

    ଅଛି ମହା ଉପାଖ୍ୟାନ.!! 


ଏତିଥିର ମାହାତ୍ମ୍ୟ ଅଛିତ.ଅନେକ

     ବର୍ଣ୍ଣିବା ସମୟ ସାଧ୍ୟ. ;

କୃଷକ କୃଷିର ପରବ ବିଶେଷ

    ଅକ୍ଷୟ ହେବନି କ୍ଷୟ !! 


ପ୍ରଭୁ ଜଗନ୍ନାଥ ହୋଇବ ସଦୟ

    କୃଷି କର୍ମକାର. ବନ୍ଧୁ ;

ତଵ କୃପାବଳେ ସୁନାକ୍ଷେତ ହସେ

    ଆକାଶରୁ ଝରେ ବିନ୍ଦୁ !! 



Rate this content
Log in

Similar oriya poem from Inspirational