ଅକ୍ଷି ତୁର୍ତ୍ତିଆ
ଅକ୍ଷି ତୁର୍ତ୍ତିଆ
ଆଏଜ୍ ପରେ ଅକ୍ଷି ତୁର୍ତ୍ତିଆ,
ହୋ.. ଓ.. ଓ ହସ୍ ଖୁସି ସବୁ ବଢ଼ିଆ ।
ହଲ୍ ଲଙ୍ଗଲ୍ ଧରି ମୁଠି ଦେବେ ଚାସି
ବଛରକର୍ ଲାଗି ମିଲବା ଅଢ଼ିଆ ।୧।
ଆଏଜ୍ ପରେ .....
ଆଏଜ୍ ପରେ ଅକ୍ଷି ତୁର୍ତ୍ତିଆ,
ହୋ.. ଓ.. ଓ ମାଆ ସୁଭଦରା, ଜଗାବଲିଆ ।
ରଥ ଯାତରା ଲାଗି ଅନୁକୁଲ୍ ହେବା
ଆସିଗଲା ରଥ ବନାବାର୍ ସମିଆ ।୨ ।
ଆଏଜ୍ ପରେ .......
ଆଏଜ୍ ପରେ ଅକ୍ଷି ତୁର୍ତ୍ତିଆ,
ହୋ.. ଓ.. ଓ ଆରମ୍ଭିଲା ଯୁଗ୍ ତେର୍ତୟା ।
ପର୍ସୁରାମ ଆଏଜ୍ ଜନମି ଥିଲେ ତ
ମହାଭାରତ୍ ଲେଖି ସାରିଦେଲେ ବ୍ୟାସ କେତେ ବଢ଼ିଆ ।୩ ।
ଆଏଜ୍ ପରେ ........
ଆଏଜ୍ ପରେ ଅକ୍ଷି ତୁର୍ତ୍ତିଆ ।
ହୋ.. ଓ.. ଓ ଭଗିରଥ ରଜା କେତେ ବଢ଼ିଆ ।
ତପସ୍ୟାର୍ ବଲେଁ ଗଙ୍ଗା ମାଁ କେ ଆନଲେ
ଧରତି ପୁର୍କେ ଯେ ଇଟା ତ ନୁହେ ମାହାଲିଆ ।୪ ।
ଆଏଜ୍ ପରେ.......
ଆଏଜ୍ ପରେ ଅକ୍ଷି ତୁର୍ତ୍ତିଆ,
ହୋ.. ଓ.. ଓ ଆମେ ସବୁ କୁଟୁମ୍ ବସିଆ ।
ବଇସାଖ ମାସର୍ ସୁକ୍ଲ ତୁର୍ତ୍ତିଆ କେ
ସରାଗେ ମାନମା ତ ସାରା ଦୁନିଆଁ ।୫ ।
ଆଏଜ ପରେ ..........
