STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ଅଖା ଧୋଇବ ଗୁଣ ଗାଇବ

ଅଖା ଧୋଇବ ଗୁଣ ଗାଇବ

1 min
247

ଉଚ୍ଚ ଆଶା ସିନା ରଖିବ ଜୀବନେ

       ବଡ଼ଲୋକ ବୋଲି ଭାବିବନି

ବଡ଼ଲୋକ ଭାବି ମନେ ଗର୍ବକରି

         କଟୁକଥା କାରେ କହିବନି,


ଗରିବ ଆଗରେ ସମ୍ପତି ବଡୀମା

          ଭୁଲରେ ବି ବାଢ଼ିବନି

ଦୁର୍ବଳ ଆଗରେ ନିଜ ବାହୁବଳ

       ପ୍ରୟୋଗ ଜମାରୁ କରିବନି


ଗୁରୁଜନ ଆଗେ ନିଜ ପଦ ବଳ

       କହିବାକୁ ଚେଷ୍ଟା କରିବନି

ବାପା ମାଆ ଆଗେ ବଡ଼ପାଟିକରି

           ଜମାରୁ କଥା କହିବନି


ଦୁଃଖୀ ଲୋକ ଆଗେ ନିଜ ସୁଖକଥା

           ବିଚାର ବିମର୍ଶ କରିବନି

ରୋଗୀ ଲୋକ ପାଖେ ଅସହାୟ କଥା

           କହିବାକୁ ଚେଷ୍ଟା କରିବନି


ମୂର୍ଖ ପାଖରେ ଜୀବନରେ କେବେ

            ଯୁକ୍ତିତର୍କ ଜମା କରିବନି

ମଦୁଆକୁ କେବେ ଉପଦେଶ ଦେଇ

           ଅଯଥା କିଳା କୁ ଡାକିବନି


ଚୋର ଠାରୁ କେବେ ଚୋରିଜିନିଷକୁ

             କିଣିବାକୁ ଚେଷ୍ଟା କରିବନି

ଜୁଆଖେଳ ପାଖେ ଯାଇକରି କେବେ

           ଜୁଆ ଖେଳ ଜମା ଦେଖିବନି


ମୋହର କଥାକୁ ଆହେ ମୋରବନ୍ଧୁ

       ମନେ ମନେ ଟିକେ ହେଜୁଥିବ

ଆଗତ ବିଗତ ଚିନ୍ତା କରି ବନ୍ଧୁ

          ଏଇଦୁନିଆଁରେ ଚଳୁଥିବ


ତେବେ ଯାଇ ଭାଇ ଏଇଦୁନିଆଁରେ

      ଖୁସିରେ ସଂସାର କରୁଥିବ 

ଯଦି ନ ଶୁଣିବ ମୋହର କଥା କୁ

      ଜୀବନରେ ଦୁଃଖ ପାଉଥିବ 


ଜିବନ ସାରା ଆହେ ମୋର ବନ୍ଧୁ

         ଅଖା ଧୋଉଥିବ ଗୁଣ ଗାଉଥିବ

         ଅଖା ଧୋଉଥିବ ଗୁଣ ଗାଉଥିବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational