STORYMIRROR

Mahesweta Panigrahi

Drama Others

4  

Mahesweta Panigrahi

Drama Others

ଅଜଣା ଠିକଣା

ଅଜଣା ଠିକଣା

1 min
390


ଲେଖା ଥିଲା ଠିକଣାଟି

ଲଫାଫା ଉପରେ

ମିଶୁଥିଲା କିଛି କିଛି 

ମୋ ଠିକଣାରେ

ଝାପସା ଥିଲା ନଜରଟି

ଝାପସା ଥିଲା ଲେଖା

ଭାବିଲି ମୁଁ ରଖିନିଏ

ମୋ ପାଇଁ ଏକା।


ଖୋଲି ଦେଖେ ଥିଲା ଯାହା

ଅତି ଆଚମ୍ବିତ,

ଅକ୍ଷର ଯା ' ଥିଲା ଖାଲି

ଅଙ୍ଗୁଳି ଗଣିତ।

ଅଙ୍କା ଥିଲା ଦୁଇ ଗୋଟି

ଅଶ୍ରୁଳ ନୟନ,

ପ୍ରିୟ ଶୁଣ ତୁମ ପାଖେ

ରହିଛି ମୋ ମନ,

ଅଶ୍ରୁ ଝରେ ଅବିରତ

ଏ ଦୁଇ ନୟନୁ,

ପୋଶରୀ ଦେଲ କି ତୁମେ

ମୋତେ ତୁମ ମନୁ।


ହଜିଗଲି କାହିଁ ମୁଁ ଯେ

କେତେ ଭାବନାରେ,

ମୁଁ ବି ତ ତୁମ ପାଇଁ

ଝୁରି ଝୁରି ମରେ।

ନିରେଖିଲି ଠିକଣାଟି

ଧରିଲି ହାତରେ,

କାଳରାତ୍ରୀ କଟିଗଲା

ସେଇ ଭାବନାରେ।


ସବୁ ବାଧାବିଘ୍ନ ଡେଇଁ

ଅଜଣା ଗାଆଁରେ,

ପହଞ୍ଚିଲି ଯେବେ ଦେଖେ

ତାହାରି ନାଆଁରେ।

ନିମନ୍ତ୍ରଣ ପତ୍ର ଖଣ୍ଡେ

ଉଡି ଉଡି ଆସି,

ପଡ଼ିଲା ଯେ ମୋ ପାଖରେ

କାହା ହାତୁ ଖସି।


ସେଇ ନାଆଁ ସଙ୍ଗେ ଯୋଡ଼ା

ଆଉ କାହା ନାମ,

ଶଙ୍ଖ ମହୁରୀ ଚିତ୍ରରେ

ସଜା ସରଞ୍ଜାମ।

ଫେରିଗଲି ଜାଣି ଏଠି

ବାଟ ମୋର ମନା,

ମୋ ପାଇଁ ତ ଅଟେ ଏହା

ଅଜଣା ଠିକଣା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama