STORYMIRROR

Anam Charan Sahoo

Abstract

3  

Anam Charan Sahoo

Abstract

ଅଜଣା ସମ୍ପର୍କ

ଅଜଣା ସମ୍ପର୍କ

1 min
334

ଚିହ୍ନା ଚିହ୍ନା କେତେ ଲାଗନ୍ତି ଅଚିହ୍ନା

ଅଚିହ୍ନା ହୁଅନ୍ତି ଚିହ୍ନା

ଚିହ୍ନା ଅଚିହ୍ନାର ଏଇତ ସଂସାର

ସୁଖ ନାହିଁ ତୁମ ବିନା।

ତୁମେ ଥିଲ ଦିନେ ମୋ ପାଇଁ ଅଜଣା

ଦୂର ରାଇଜର ପରୀ

ତୁମ ମନ ସାଥେ ମୋ ମନ ମିଶିଲା

ବାହା ହେଲି ହାତ ଧରି।

ମୋ ନାମେ ପିନ୍ଧିଲ ସିନ୍ଥିରେ ସିନ୍ଦୂର

ହୋଇଲ ମୋର ଘରଣୀ

ନାଲି ଶଙ୍ଖା ଚୁଡ଼ି ପାଦରେ ପାଉଁଜି

ମଥାଦେଶେ ମଥା ମଣି।

ତୁମ ବାପା ମୋର ହୋଇଲେ ଶ୍ବଶୁର

ବୋଉ ହେଲେ ଶାଶୁ ମାଆ

ଜନମେ ଜନମେ ସାଥୀ ହେଉଥିବା

ଜଗନ୍ନାଥ ଯେବେ ସାହା।

ତୁମ ଭଗିନୀ ମୋ ଆଦରର ଶାଳୀ

ଭାଇ ମୋ ପ୍ରିୟ ଶାଳକ

ଜୀବନ ମୋହର ସପ୍ତରଙ୍ଗେ ଭରା

ଝଲସଇ ଚକଚକ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract