Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Romance Inspirational Others

3  

Prabhati Mahapatra

Romance Inspirational Others

ଅଜଣା ଚିଠି

ଅଜଣା ଚିଠି

1 min
167



ଶ୍ରାବଣ ରାତିରେ ଜୋଛନା ବେଳାରେ

ମନେ ପଡୁ ଥିଲ ତୁମେ

ବାତାୟନ ଡେଇଁ   ବିନା ପରିଚୟ

ଚିଠି ପକାଇଲା ଭ୍ରମେ ।


ପରପୀଡନ କି    ପ୍ରୀତି ଭରା ପତ୍ର

ଛୁଇଁବାକୁ ଲାଗେ ଡର

କଥା ଥିଲା ଆଜି ଦେଖା ହେବ ଆମ

କାହିଁକି ଦେବ ପତର ।


ଦରସିଝା ମନ   ଅପେକ୍ଷାରେ ରହି

ହେଉ ଥିଲା ଛଟପଟ

ମୁଖ ଆରଶିରେ  ବ୍ୟାକୁଳତା ଖେଳି

ଚିଠି ଚୁମ୍ବି ଯାଏ ଓଠ ।


ଅମାନିଆ ମନ  ଖୋଲି ଦେଲା ଚିଠି

ନବିଚାରି ଭଲ ମନ୍ଦ

ଶୁନ୍ୟ ବାରତାରେ  କିଏ ପତ୍ର ଦେଲା

ଚକିତେ ହୁଏ ମୁଁ ଅନ୍ଧ ।


ରାତି ରତି ପ୍ରୀତି ଖଦ୍ୟୋତିକା ଜ୍ୟୋତି

କାହିଁକି ଆଜି ଏ ନେତ୍ରେ

ଶୁଭ କି ଅଶୁଭ    ଏ ଶୁଭାଙ୍ଗୀ ପାଇଁ

ନ ଲେଖିଲା ଏଇ ପତ୍ରେ ।


ଭାବନା ସାଗରେ    ଭାସି ମୁଁ ମରୁଛି

ଥରେ କର ସମାଧାନ

ତୁମ ବିନା ସାଥୀ    ଉନ୍ମାଦିନୀ ପରା

ମୁହିଁ କଇଁ ତୁମେ ଜହ୍ନ ।


ପାଇଛି ଅଜଣା   ଚିଠି ଟିଏ ଆଜି

ରଖିଛି ସାଇତି ହୃଦେ

ରୋମାଞ୍ଚେ ମନ୍ଥନ    ଭାବନା ରାଇଜ

ଲେଖୁଛି ତଥାପି ପଦେ ।



Rate this content
Log in

Similar oriya poem from Romance