Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalandi pal

Inspirational

4  

Kalandi pal

Inspirational

ଅଜା ହେଲେ ଖପା

ଅଜା ହେଲେ ଖପା

1 min
276


ମୋ ବୋଉଙ୍କ ବୋପା ଅଜା ହେଲେ ଖପା

    ଦେଖି ନାତିଙ୍କର ଗୁଣ

ଆସରେ ନାତିଏ   କହିବି କଥାଏ

    ମନ ଦେଇ ସବୁ ଶୁଣ ।


କୁହ ସଦା କେତେ ମରହଟି ମୋତେ

    ପାଚିନି ମୁଣ୍ଡରେ ବାଳ

ଝଡ଼ି ନାହିଁ ଦାନ୍ତ ନିରୋଗ ମୋ ସ୍ୱାସ୍ଥ୍ୟ

    ଦେହରେ ହାତୀଏ ବଳ ।


ବୟସ ଛୁଇଁଲା  ତିନିକୋଡ଼ି ଅଧେ

     ଏବେ ମୁଁ ବୁଲାଏ ହଳ

କୁସ୍ତି କସରତ  ପାଣି ପହଁରା ତ

     ମୋର ବାଁ ହାତ ଖେଳ ।


ଖାଉଥିଲୁ ଆମେ  କ୍ଷୀର ଘିଅ ଦହି 

     ସାରୁ ତରକାରୀ ପେଟେ

କୋଳଥ ଡାଲିରେ ମାଛ ବେସରଟି

      ବଗଡ଼ା ଭାତର ସାଥେ ।


ଆମ୍ବ ପଣସଯେ  ଭରା ଥିଲା ଏଠି

     ବାଡ଼ି ବାଇଗଣ ଲଙ୍କା

ଚୁନା ପକା ଶାଗେ କଞ୍ଚା ଲଙ୍କା ଖଣ୍ଡେ

     ମନ ମୋହି ନିଏ ଏକା ।


ସଜାଳୁ ଉଠିଲେ   ଚୁଡା ମୁଢି ଗୁଡ଼

     ଥିଲା ଆମ ଜଳଖିଆ

ପାକୃତିକ ଖାଦ୍ୟ   ପ୍ରକୃତି ଦାତବ୍ୟ

      ରହିଅଛୁ ନିରୋଗିଆ ।


ତୁମେ ମାନେ ଖାଅ ମ୍ୟାଗି ଫାଷ୍ଟଫୁଡ୍

     ଅପମିଶ୍ରଣର ଖାଦ୍ୟ

କୋଢିଆ ହୋଇଲ  କାମକୁ ଡ଼ରିଲ

     କହିଲେ କରୁଛ ବାଦ ।


ପରିଶ୍ରମ କେବେ  କରୁନ ସରାଗେ

     ମେସିନ କରୁଛି କାମ

କୁସ୍ତି କସରତ  ଦେଖିନି ତ କେବେ

     ମୋବାଇଲ କଲା ବାମ ।


ଯୁଆନ ବେଳରେ  ବହୁମୂତ୍ର ରୋଗ

     ଶହକରେ ଅଶୀ ଭାଗ

ହାର୍ଟ ଆଟାକ  ଉଚ୍ଚ ରକ୍ତଚାପ

    କେତେ ନୂଆ ନୂଆ ରୋଗ ।


ମୁଣ୍ଡ ବାଳ ପାଚେ  ଅଳପ ଦିନରେ

     ବୁଢା ଭଳି ଦିଶ ଟୋକା

ତୁମେ ଏଇଥିରେ  ଚାତର ମାରରେ

     ଭାବୁଛକି ମୋତେ ବୋକା ।


Rate this content
Log in

Similar oriya poem from Inspirational