STORYMIRROR

Madhusmita Prusty

Romance

3  

Madhusmita Prusty

Romance

ଅଜା ଆଈଙ୍କ ସିନେମା ଦେଖା

ଅଜା ଆଈଙ୍କ ସିନେମା ଦେଖା

1 min
259


କିଣିଥିଲେ ଅଜା ଫଟାଫଟି ଗୋଟେ

ରଖିଥିଲେ ତାକୁ ସଜେଇ,

ଭାବିଥିଲେ ଦିନେ ଆଇ ସଙ୍ଗେ ନେଇ

ଆଣିବେ ସିନେମା ଦେଖେଇ |


ଘର ଜଞ୍ଜାଳରୁ ଫୁରସତ ମିଳିବ

ମନ ହେବ ତାଙ୍କ ହାଲକା,

ଅଜାଙ୍କ କଥାକୁ ଶୁଣିକରି ଆଇ

ଛାତିରେ ପଶିଲା ଛନକା |


କହିଗଲେ ଅଜା ଆଈଙ୍କ ଆଗରେ

ଶାଢ଼ୀ ପିନ୍ଧି ହୁଅ ସଜେଇ,

ଚଢ଼ି ବେଗେ ଗାଡ଼ି ଦିନ ଯାଏ ଗଡ଼ି

ଆଣିବେ ସିନେମା ଦେଖେଇ |


ପେଡ଼ି ସାଇତାକୁ କାଢ଼ିକରି ଆଇ

ପିନ୍ଧିଲେ ଗୁଡ଼େଇ ଗାଡେଇ,

ଖିଲିପାନ ଖଣ୍ଡେ ପାଟିରେ ଜାକିଲେ

ବାହାରିଲେ ଝୁଲା ହଲେଇ |


କାଢ଼ି ଅଜା ଗାଡ଼ି ରାସ୍ତାକୁ ଆଣିଲେ

ଦେଲେ ଟିକେ ଧୂଳି ଝଡ଼େଇ,

ଅଜା ବସିଥିଲେ ଗାଡ଼ିର ଉପରେ

ଆଇ ବସିଗଲେ ଜଡେଇ |


ଫଟଫଟ ରଡ଼ି ଛାଡି ଅଜା ଗାଡ଼ି

ଚାଲିଗଲା ଧୂଳି ଉଡେଇ,

ଆଇ ପଡ଼ିଥିଲେ ରାସ୍ତାର ଧାରରେ

ଦୁଇ ହାତେ ଗୋଡ଼ କୁଣ୍ଢେଇ |


କିଛି ବାଟପରେ ଅଜା ପଚାରିଲେ

ବସିଛ ନାଁ ନାହିଁ ଯତନେ,

ପଛକୁ ଟିକିଏ ଫେରି ଚାହିଁଦେଲେ

ଆଇ ନଥିଲେ ତାଙ୍କ ସ୍ଥାନେ |


ଅଧାବାଟୁ ଫେରି ଆସିଗଲେ ଅଜା

ଖୋଜିଲେ ଆଇଙ୍କୁ ରାସ୍ତାରେ,

ପଡ଼ିଥିଲେ ଆଇ ଅସହାୟ ହୋଇ

ହାତଧରି ଉଠାଇନେଲେ |


କାନମୋଡ଼ି ଆଇ ଶପଥ କରିଲେ

କେବେ ନଦେଖିବେ ସିନେମା,

ବୃଦ୍ଧ ବୟସରେ ହଟହଟା ହୋଇ

ଦୁଃଖ ପାଇବେନି ସେ ଜମା ।


Rate this content
Log in

Similar oriya poem from Romance