ଐତିହ୍ୟ ସ୍ଥାନ ଝାରସୁଗୁଡା
ଐତିହ୍ୟ ସ୍ଥାନ ଝାରସୁଗୁଡା


ଶିଳ୍ପ ନଗରୀ ଝାରସୁଗୁଡ଼ା ଜିଲ୍ଲା
ଉଜ୍ଜୀବିତ କରେ ପରମ୍ପରା,
ଐତିହ ସମୃଦ୍ଧିଶାଳୀ କରାଇଛି
ପାଳି ଉତ୍ସବ ଯାନିଯାତରା ।
ଓଡିଶା ଦରବାରରେ ପରିଚିତ
ସ୍ୱତନ୍ତ୍ର ଯାତ୍ରା ଉତ୍ସବ,
କୁକୁରଜଙ୍ଗାର ରଥଯାତ୍ରା, ରାଜପୁର
ଗୋକୁଳାଷ୍ଟମୀ ପର୍ବ ।
ଧାର୍ମିକ ଅନୁଷ୍ଠାନ ନାମେ ପ୍ରସିଦ୍ଧ
ଝାଡେଶ୍ଵର, ପାହାଡେଶ୍ୱର,
ପୁଣି ସୁପ୍ରସିଦ୍ଧ ଇବ ନଦୀ କୂଳେ
ମା ରାମଚଣ୍ଡୀ ମନ୍ଦିର ।
ଝାରସୁଗୁଡ଼ା ରେଳଷ୍ଟେସନରୁ ଏକ
କି.ମି ଦୂର କ୍ଷୁଦ୍ର ଜଙ୍ଗଲ,
ସ୍ୱୟଂ ଆବିର୍ଭୂତ ଶିବଲିଙ୍ଗ ମଧ୍ୟେ
ପ୍ରଭୁ ବାବା ଝାଡେଶ୍ଵର ।
ପତ୍ର ନିର୍ମିତ କୁଡିଆରେ ପୂଜିତ
ଥିଲେ ପ୍ରଭୁ କିଛି କାଳ,
ତୋଳିଲେ ମନ୍ଦିର ଗୁଜୁରାତି କଣ୍ଟାକ୍ଟର
ନାମ ତାଙ୍କ ଜଗମଲ ।
ଭଗବାନ ଶିବ ପୂଜା ପାଇଥାନ୍ତି
ପାହାଡେଶ୍ୱର
ମନ୍ଦିରେ,
ଝାରସୁଗୁଡ଼ା ରେଳଷ୍ଟେସନରୁ ତିନି
କିଲୋମିଟର ଦୂରରେ ।
ରହସ୍ୟମୟ ଏ ପାହାଡି ମନ୍ଦିର
ପାହାଡ ପରେ ଯେ ସ୍ଥିତ,
ପାହାଡ ଉପରୁ ଜିଲ୍ଲା ଝାରସୁଗୁଡ଼ା
ପ୍ରାକୃତିକ ରୂପ ଶୋଭିତ।
ଏବେ ଯିବା ଝାରସୁଗୁଡ଼ା ଷ୍ଟେସନରୁ
ତିରିଶ କିଲୋମିଟର,
ଇବ ନଦୀକୂଳେ ବ୍ରଜରାଜନଗର
ରାମଚଣ୍ଡୀଙ୍କ ମନ୍ଦିର ।
ପ୍ରାକୃତିକ ଗୁମ୍ଫା ମଧ୍ୟରେ ପୂଜିତା
ଦେବୀ ପରା ଚଣ୍ଡୀମାତା,
ଲୌହସିଡି ଦେଇ ଗମନ କରଇ
ଅଛି ଆଲୌକିକ କଥା ।
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର
ଦୃଶ୍ୟ ଅଟେ ମନୋରମ,
ଝାରସୁଗୁଡାର ଦେବାଦେବୀ ପୀଠେ
ପୂର୍ଣ୍ଣ ହୁଏ ମନସ୍କାମ ।
ସର୍ବ ଦେବାଦେବୀ ଶ୍ରୀ ପଦେ ଗୁହାରି
କରୁଅଛି ବାରବାର,
ମଙ୍ଗଳେ ରଖନ୍ତୁ ଗୁହାରୀ କରେ
ସାହିତ୍ୟିକ କବି ବନ୍ଧୁ ପରିବାର ।