STORYMIRROR

Mr.GAGAN BIHARI NAYAK

Inspirational

4  

Mr.GAGAN BIHARI NAYAK

Inspirational

ଐତିହ୍ଯ କହେ

ଐତିହ୍ଯ କହେ

1 min
289


ଐତିହ୍ଯ ସେ ପରମ୍ପରା,

ଅଭୂଲା ତା' ସ୍ମୃତି ଯେତେ ।

ଅବିସ୍ମରଣୀୟ ଜୀବନର

 ଚଲା ପଥେ ।।


ଆମେ ଦିନେ ଥିଲୁ 

ଅଜେୟ ଅମର ।

ଏ ବିଜୟ ଭୂମିତଳେ 

ଅଖଣ୍ଡ ଭାରତ ନିର୍ମାଣ ଗାଥା

ଐତିହ୍ଯ ସେ କାଳେ କାଳେ ।।


ଜାଭା ସୁମାତ୍ରା ବୋର୍ଣ୍ଣୀୟ ଥିଲା

ଆମର ବଣିଜ ସ୍ଥାନ ।

ସେ ଦିନକୁ ଆଜି ଝୁରି

ହୁଏ ଝୁରା ମନ ।।


ଐତିହ୍ଯ ଆଜି ପାଲଟି ଯାଇଛି

ସେ ଦିନର ଯେତେ କଥା ।

କହେ ଇତିହାସ ଆମ କୀର୍ତ୍ତୀ ଯଶ ।

ପୁରୁଣା ପୋଥିର ବାର୍ତ୍ତା ।।


ହାରି ନାହୁଁ ଆମେ ପ୍ରକୃତିର ସାଥେ ।

ଲଢିଚୁ ସ୍ବାଭିମାନ ଆଶେ ।

ସେଇ ସ୍ବାଭିମାନ ଆମ ସନମାନ 

ଜୟ ଗୀତି ଦେଶ ଘୋଷେ ।।



સામગ્રીને રેટ આપો
લોગિન

Similar oriya poem from Inspirational