STORYMIRROR

Prahallad Sahoo

Tragedy Action Thriller

3  

Prahallad Sahoo

Tragedy Action Thriller

ଅହଙ୍କାରୀ ବିଦ୍ରୋହ

ଅହଙ୍କାରୀ ବିଦ୍ରୋହ

1 min
125

ବିଦ୍ରୋହର ସ୍ଥିତି ହେଉ ପଛେ ଅଜ୍ଞାତ କିନ୍ତୁ

ବିଦ୍ରୋହ ପାଇଁ ଆମେ ନୁହେଁ ପଶ୍ଚାଦପଦ

ବଞ୍ଚିବାର ଅନୁକ୍ଷଣେ 

ଏ ପ୍ରାଣ କରୁଛି 

ବିଦ୍ରୋହ ପ୍ରତିକ୍ଷଣେ ।


ବିଦ୍ରୋହ ସମୟର ଖେଳ

ପଟ୍ଟପରିବର୍ତ୍ତନ ହେଲେ, ବିଦ୍ରୋହ

ଗାଦିଚ୍ୟୁତ ହେଲେ, ବିଦ୍ରୋହ

ଅର୍ଥ ସଙ୍କଟ ହେଲେ, ବିଦ୍ରୋହ

ଅର୍ଥ ପର୍ଯ୍ଯାପ୍ତ ହେଲେ, ବିଦ୍ରୋହ

କ୍ଷମତାର ବିକେନ୍ଦ୍ରୀକରଣ, ବିଦ୍ରୋହ

କ୍ଷମତାସୀନ ହେବା ଲାଗି ବିଦ୍ରୋହ ।


ବିଦ୍ରୋହର ଅନ୍ତଃସ୍ବର ଦିଗନ୍ତ ବିସ୍ତାରି

ବିଦ୍ରୋହର ପରାକାଷ୍ଠା ଅନ୍ତହୀନ

ତଥାପି ବିଦ୍ରୋହ ଅବ୍ୟାହତ।


ବିପର୍ଯ୍ଯସ୍ତ ଚିକିତ୍ସା ବ୍ଯବସ୍ଥା ଓ ଚିକିତ୍ସାଳୟ

ଚିକିତ୍ସା ପାଇଁ ବିଦ୍ରୋହର ଲମ୍ବା ସ୍ବର;

ଅନାହାର ଓ ଭୋକ ପେଟେ ଜ୍ଵାଳାମୁଖୀ ପ୍ରାଣ

ମୂହୁର୍ତ୍ତଟିଏ ବଞ୍ଚିବା ପାଇଁ ବିଦ୍ରୋହ କରୁଛି

କିନ୍ତୁ ବିଦ୍ରୋହର ସ୍ବର କ୍ଷୀଣ।


ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷେ ଆମେ ମାନବ

କିନ୍ତୁ ନୀଚ ଜାତି ହେବାକୁ କରୁଛୁ

ବିଦ୍ରୋହ ନିତି ପ୍ରତିଦିନ;

ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର

ଧର୍ମ ନାମରେ ମାନବବାଦକୁ

ଆମେ କରୁଛୁ ଛାରଖାର;

ବର୍ଣ୍ଣ ବୈଷମ୍ୟବାଦ ଆମର ଅନ୍ତର୍ଦ୍ବନ୍ଦ

କଳା - ଗୋରା ବର୍ଣ୍ଣ ଭେଦଭାବ

ଆଜିବି ଉଦ୍ଜୀବିତ, ତେଣୁ ଆମେ

ଯୌତୁକର ତଉଲିଥାଉ କନ୍ଯା ସନ୍ତାନ।


ଆରକ୍ଷଣ ପାଇଁ ଅସମାହିତ ବିଦ୍ରୋହ

ଟ୍ରେନ୍ ବନ୍ଦ, ଚକ ବନ୍ଦ ଅଖ ବନ୍ଦ

ଦେଶ ସାରା ବିଦ୍ରୋହ ର ନିଆଁ;

ସଂରକ୍ଷଣକାରୀ ନେତା ନେତ୍ରୀ

ସେ ନିଆଁରେ ଘିଅ ସଦୃଶ

ସ୍ପଷ୍ଟ ଦିବାଲୋକରେ

ଦଳଗତ ନିର୍ବିଶେଷେ

ସମର୍ଥନ କରିଥାଆନ୍ତି ମୁଦ୍ଦା;

ସଞ୍ଜ ନଇଁ ଗଲେ ଫୁସୁର ଫାସର

ପକେଟରେ ଭରି ଦେଇଯାଆନ୍ତି

ଗାନ୍ଧୀ ମୁଣ୍ଡବାଲା ପାଞ୍ଚହଜାରିଆ ନୋଟ

ଏଥର ନିର୍ବାଚନ ରେ ଦେବାପାଇଁ ଭୋଟ;

ଯଦି ଦଳ ଜିତିଗଲା ବେଳ ଭଲ

ନହେଲେ ବିଦ୍ରୋହର ତାଣ୍ଡବ।


ବିଦ୍ରୋହ ବହ୍ନୀ ଅଭିଶପ୍ତ

ଥରେ ଚିଙ୍ଗାରୀ ଉଠିଲେ

ସେ ବହ୍ନିରେ କେତେଯେ ଜଳିଯାନ୍ତି

ଯୋଗ, ବିୟୋଗ, ଗୁଣନ କରୁ କରୁ

ବଚାକୁଚା କେତୋଟି କ୍ଷତାକ୍ତ ପ୍ରାଣକୁ

ହରଣ କରିନିଏ ପୁଣି ଆଉ ଏକ ବିଦ୍ରୋହ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy