Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Mishra

Inspirational

4  

Niranjan Mishra

Inspirational

ଅହିଂସା ବୀର

ଅହିଂସା ବୀର

1 min
299



ସାବରମତୀର ସନ୍ଥ ବାପୁଜୀ

କୀରତି ତୁମ ମହାନ ।

ଶାନ୍ତି ଖଡଗ ଅହିଂସାର ଢାଲେ

କରିଲ ମହାସଂଗ୍ରାମ ॥୧॥

ଯେଉଁ ଇଂରେଜ ଶାସନରେ

ଦେଶ ହୋଇଥିଲା ପରାଧିନ ।

ପାଷାଣ ହୃଦକୁ ଦେଲ ତରଳାଇ

ତାଙ୍କର ତୁମେ ମହାନ ॥୨॥

ଯେଉଁ ବ୍ରିଟିଶର ଶାସନରେ ସୂର୍ଯ୍ୟ

କେବେ ଅସ୍ତ ହୁଏ ନାହିଁ ।

ସୂର୍ଯ୍ୟର ଅସ୍ତ କରାଇଲ ତୁମେ

ତୁମ ସରି କିଏ କାହିଁ  ?୩॥

କୁଟି ଖାଅ କାଟି ପିନ୍ଧ ଶିଖାଇଲ

ଏ ଦେଶର ଜନତାଙ୍କୁ ।

ଖଦୀ ଗ୍ରାମୋଦ୍ୟୋଗ ବାରତା ବି ଦେଲ

କୋଟି ଗ୍ରାମୀଣ ଲୋକଙ୍କୁ ॥୪॥

ବାଡି ଖଣ୍ଡେ ଧରି ଆଣ୍ଠୁ ନଲୁଚିବା

ଲୁଗା ପିନ୍ଧି ବୁଲି ବୁଲି ।

ଜାଗ୍ରତ କରିଲ ଭାରତବାସୀଙ୍କୁ

ସ୍ଵାଧୀନତା ଆଣ ବୋଲି ॥୫॥

ସରଳ ଜୀବନ ସ୍ଵାଧୀନ ଚିନ୍ତନ

ନିର୍ଭୀକ ତୁମେ ବୀର ।

ସୁଯୋଗ୍ଯ ସନ୍ତାନ ଦେଶମାତୃକାର

ତୁମେ ପିତା ଏ ଜାତିର ॥୬॥

ଗୀତାର ଜ୍ଞାନରେ ସତ୍ଯ ଧରମରେ

ବିନା ରକ୍ତପାତରେ ।

ସ୍ବାଧୀନତା ଦେଲ ଭାରତବାସୀଙ୍କୁ

ବିଚିତ୍ର ଯା ମରତରେ ॥୭॥

ନୀତି ଆଦର୍ଶରେ ତୁମର ଜାଗ୍ରତ

ହୁଅନ୍ତି ଏ ବିଶ୍ବବାସୀ ।

ଦେଶ ମାତୃକାର ହେ ବୀର ସନ୍ତାନ

ମହାତ୍ମା ଭାରତବାସୀ ॥୮॥

ଅହିଂସା ପୂଜାରୀ ଦେଉଛୁ ସମ୍ମାନ

ଘେନାକର ଘେନାକର ।

ଜୟଗାନ ତୁମ କରୁ ଦେଶବାସୀ

ଧନ୍ୟ ଅହିଂସା ବୀର  ॥୯॥


Rate this content
Log in

Similar oriya poem from Inspirational