STORYMIRROR

Krushnapriya Mohapatra

Romance

2  

Krushnapriya Mohapatra

Romance

ଅଗୋ ମୋର ଅପ୍ସରୀ

ଅଗୋ ମୋର ଅପ୍ସରୀ

1 min
171

ମନକୁ ତୋହର ପଢ଼ି ପାରନ୍ତି କି

         କେତେ ଭଲ ପାଉ ମୋତେ

ମୁଁ ତୋର ହୃଦୟେ ଅଛି କି ନ ଅଛି ,

          ଭାବି ଭାବି ବେଳ ବିତେ


ବିଜନବେଳାର ମୁହୂର୍ତ୍ତ ମିଳେନା

             କହିବାକୁ ମନ କଥା

ଲାଗେ ମୁଁ ଦୂରର ଦ୍ଵିତୀୟା ଜହ୍ନଟେ 

            ତୁ ନୀଳକଇଁ ଅନିନ୍ଦିତା


ସଞ୍ଜ ଗଲେ ନଇଁ,ଚାନ୍ଦ ଆସେ ଉଈ

            ସରସୀ ରେ ଫୁଟେ କଇଁ

ଚାହିଁ ରହିଛି ମୁଁ ଆଶାରେ ପ୍ରିୟାଗୋ

              ହୃଦୟ ଝରକା ଫେଇ

 ବଉଳଫୁଲର ବାସ୍ନା ରେ ଭ୍ରମର

          ଖୋଜି ବୁଲୁଥିଲା ମହୁ

ମଳୟ ପବନଶିରି ଶିରିବହେ

            ଆନମନା ହୁଏ ମୁଁ


ଦୂରେ ଥାଏ ଦେହ ,ମନ ତୋ ପାଖରେ

             କାୟା ସାଥେ ଛାୟା ପରି

ଚାହେଁ ନା କିଛି ଵି ତୋରମନ ଛଡ଼ା

              ତୁ ମୋର ସପନ ପରୀ


ପାଦତଳେ ତୋର ଫୁଲରଖି ଦେବି

           ବାହୁ ମୋ ଝୁଲଣା କରି

ହୃଦୟ ର ରାଣୀ ହୃଦୟେ ରଖିବି

             ଆଗୋ ମୋର ଅପ୍ସରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance