Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gyanendriya Dash

Inspirational

4.5  

Gyanendriya Dash

Inspirational

ଅଗ୍ନ୍ୟୁତ୍ସଵ

ଅଗ୍ନ୍ୟୁତ୍ସଵ

1 min
359



ଟିଭି ଓ ମିଡିଆ ଖବର କାଗଜେ

ପଢ଼ୁଥିବା ନିତି ନିତି,

ଅନିଚ୍ଛା ଅପ୍ରିୟ ତଥାପି ଆସୁଛି

ଅଗ୍ନିର ତାଣ୍ଡବ କୃତି ।


ଘର ଜଳିଗଲା ଅଗ୍ନିକାଣ୍ଡ ହେଲା

ପୋଡ଼ିଗଲା ଚାଷ ଜମି,

ଗାଡ଼ି ମଟର ଓ ବିମାନରେ ଅଗ୍ନି

ଲାଗି କରୁଛି ଅକାମି ।


ମୃତାହତ ପୁଣି ଜଙ୍ଗଲ ଜଳୁଛି

କଳ କାରଖାନା ଆଦି,

ଅଗ୍ନି ସଂଯୋଗରେ ଗ୍ୟାସ ଟାଙ୍କି ଫାଟି

କରୁଅଛି ବରବାଦୀ ।


ତେଣୁ ମୋ ଗୁହାରୀ ସକଳ ଜନଙ୍କୁ

ଅଲୋଡ଼ା ଏ ଅଗ୍ନ୍ୟୁତ୍ସଵ,

ସଜାଗ ସତର୍କ ରହିଲେ ସରବେ

ଏ ବିପଦ ଦୂର ହେବ ।



Rate this content
Log in

Similar oriya poem from Inspirational