ଅଗ୍ନିପଥ
ଅଗ୍ନିପଥ
ଭାବପ୍ରବଣତା ରହିଛି, ରହିବ ପ୍ରତ୍ୟେକ
ମଣିଷ ହୃଦୟ ଭିଚରେ
ପଥ ସବୁ ଅରାଜକତାର ଯାହା ବିଭେଦ
ସଦା ସୂତ୍ରପାତ କରେ ର ।
କୌଣସି ନ୍ୟାୟିକ ବ୍ୟବସ୍ଥା ଖୋଲିବା
ଆଗରୁ ଜରୁରୀ ସଚେତନତା
ସୁଖ, ଶାନ୍ତି, ମୈତ୍ରୀ ର ଭାବନା ଅପରିହାର୍ଯ୍ୟ
ଆଣିବାକୁ ସଂଯମତା ।
କୁଲି, ଦାଦନ, କୃଷକ, ଶ୍ରମିକ ଓ ଦିନ
ମଜୁରିଆ ଯେତେ ମନୁଷ୍ୟ
ଦିନ ରାତି ଝାଳ ନାଳରେ ଖଟିଲେ, ଖାଏ
ମୁଠିଏ, ନଚେତ ସର୍ବନାଶ ।
ସେମାନଙ୍କର ଶ୍ରମକୁ ହେ ପୁଂଜିପତି ଯେତେ,
ସତରେ ଶୋଷଣ କର
ବର୍ଷକଯାକ କାମ କରି ବି ଅଭାବରେ କଟଇ
ସେମାନଙ୍କର ଘର ।
ଆମ ଦେଶର ଧନ, ଶ୍ରମକୁ ଚୋରି କରି, ଧନୀ
ହୋଇଛ ଏକ ନମ୍ବର
ଗଞ୍ଜେଇ, ଭାଙ୍ଗ, ମଦ ଓ ଅନେକ ବେପାର ପରା
ଅଟଇ ତ ତମର ।
ବଡ଼ ବଡିଆଙ୍କ ପାଇଁ ରହଇ ସମସ୍ତ ଆଇନ,
ପୋଲିସ ଓ ସରକାର
ଶ୍ରମିକ କୃଷକ, ଖଟିଖିଆ ଗୁଡାକ ବେଳକୁ
ତୁମେ ତାହା ହୁଏ ବଧିର ।
ବଡ ବଡ ସପନ ଦେଖାଇ କରୁଅଛ ଯୁବ
ଗୋଷ୍ଠୀଙ୍କୁ ସବୁଠୁ ଦିଗହରା
ବଡ ବଡ କଥା କୁହ, ଟୋକାଙ୍କୁ ବନେଇଛ
ଦଳୀୟ ସେନା ଓ ବାତରା ।
ଶାସକ ଗୋଷ୍ଠୀ ମନପ୍ରାଣରେ ଦୁନିଆର
ନ୍ୟାୟିକ ଭାବନା ଅଛି ଅଭାବ
ଭୁଲିଅଛ ନିଜେ ସତ୍ୟକୁ, ଉଚିତ ନୁହେଁ
କେବେ ହେଁ କରିବା ଆତ୍ମ ଗରବ ।
ଆଛା ଦିନ ଆସିବାର ସପନ ଭରିଲ
ଆଖିରେ ଦେଶର ଜନ ସମୁଦ୍ରର
ଚାଷ ଛାଡି ଗୋଲାମୀ କରନ୍ତି ହୋଇ
ତ ବାନାବାତୁରିଆ ବେକାର ।
ଅତ୍ୟାଚାର ଶୋଷଣ ବିରୋଧେ ରାଗରେ
କମ୍ପୁଛି ସତ୍ୟପଥିକ ଶରୀର ,
କହିବିନି ସର୍ବହରାର ଦୁଃଖ କାହାଣୀ, କର
କେତେ ପ୍ରକାର ପ୍ରଚାର ।
ବଞ୍ଚିବାର ଗୋଟିଏ ବାଟ ଧର୍ମଘଟ, ରୋକିବାକୁ
ଆଇନର କଥା କୁହ
ନିଜେ ପାପୀଷ୍ଠ ହୋଇ ମିଛରେ ଆଇନ ଭଙ୍ଗ
କରିଅଛ ତୁମେ କହ ।
ଭୋକଲା ହୃଦୟର ବିକଳ ଅନ୍ତସ୍ଵରରୁ ପ୍ରକାଶ
ପାଏ ଯେଉଁ ଉଚ୍ଚାରଣ
କରୁଛ କେତେ ଫନ୍ଦି ଫିକର ରୋକିବାକୁ ତୁମେ
ତାଙ୍କର ଶବ୍ଦ ବାଣ ।
ଦେହରୁ ବାହାରୁଛି ସ୍ବେଦ, ଅଗ୍ନିଶିଖା ନିଶ୍ଚୟ
ଦିନେ ନା ଦିନେ ବାହାରିବ
ମନେ ଲଭିଲେ ବିଷାଦ, ରୁଦ୍ର ରୂପକୁ, ଅଗ୍ନିପଥ
କଅଣ କୁହ ରୋକି ପାରିବ ।
କୁଆଡୁ ଜାଣିବ ତୁମେ ଧନୀ ଯେତେ ଯଦି
ଜ୍ଞାନାଲୋକ ମଣିଷ ଗ୍ରହଣ କରେ
ସେହି ମାନବ କେବେ ତ ମାନବିକତା ଧ୍ୱନୀକୁ
କ୍ଷୁର୍ଣ୍ଣ କରି ନପାରେ ।
ସତ୍ୟ ଓ ଅହିଂସା ପଥକୁ ଯଦି ଜଣେ ମନରେ
ତାର ଵ୍ରତ ଭାବରେ ନିଏ
ନିଶ୍ଚିତ ରାଷ୍ଟ୍ରଵାଦ ଓ ଉତ୍ତମ କାର୍ଯ୍ୟଧାରା ମନ
ଭିତରେ ଉଙ୍କି ମାରୁଥାଏ ।
