STORYMIRROR

Sachidananda Kar

Inspirational Children

4  

Sachidananda Kar

Inspirational Children

ଅଗନା ଅଗନି ବନ

ଅଗନା ଅଗନି ବନ

1 min
281


ଅଗନା ଅଗନି ବଣ

ବାଘ ଭାଲୁ ପଣ ପଣ

ହାତୀ ଗଧ ଭୁଆ  ହରିଣ ଠେକୁଆ

      ହେଉଥାନ୍ତି ମେଳା ମେଳା

ନେଉଳ ମୟୂର  ସାପ ଆଦିଙ୍କର

      ଚାଲିଥାଏ ଲୀଳା ଖେଳା ।।


ସିଂହ ସେ ବଣର ରଜା

ଆନନ୍ଦେ ପାଳଇ ପ୍ରଜା

ସାଙ୍ଗ ସାଥି ହୋଇ  ସୁଖେ ଖାଇ ପିଇ

          ସଭିଏଁ କରନ୍ତି ବାସ

ନାହିଁ ଭେଦ ଭାବ  ନୁହେଁ କେ' ମୁନିବ

         ନୁହଁନ୍ତି ବି କେହି ଦାସ ।।


ରଜାଙ୍କ ଛାମୁରେ ଆସି

ସଭିଏଁ ଏକାଠି ବସି

ନିଜ ରାଇଜର  ସକଳ ବିଚାର

        କରନ୍ତି ସଞ୍ଜକୁ ନିତି

ହସରେ ଖୁସିରେ  ବଡ ମଉଜରେ

        ଦିନ ଯାଉଥାଏ ବିତି ।।


ଅନୀତି କରେନି କେହି

କଲେ ସଜା ପାଏ ସେହି

ବଳ ଅଛି ଯା'ର  ମୂଲକ ତାହାର

        ଚଳେ ନାହିଁ ନୀତି ଏଇ

ଭାବି ନୀଚ ପର  କେହି ବି କାହାର

        ଜୀବନ ଯାଏନି ନେଇ ।।


ଲାଗେ ସବୁ ମନଲୋଭା

ବଢୁଥାଏ ବଣ ଶୋଭା

ତାଙ୍କ ପରି ଯେବେ ଚଳିବା ସରବେ

          ଭୁଲି ହିଂସା ବାଦ କଳି

ସୁନ୍ଦର ପଣରେ  ଆମ ଦୁନିଆକୁ

          କିଏ ବା ଯିବରେ ବଳି  ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational