Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gobinda Chandra Sethi

Inspirational

4.6  

Gobinda Chandra Sethi

Inspirational

ଅଦୃଶ୍ୟ ଶକ୍ତି ବାପା

ଅଦୃଶ୍ୟ ଶକ୍ତି ବାପା

1 min
272



ବା-ରେ ପବନ ସେ ପା-ରେ ପାଣି

ସମସ୍ତେ ଛନ୍ତି ଜାଣି

ଦୁଇ ଅକ୍ଷର ଯେବେ ମିଶଇ 

ବାପାଙ୍କୁ ଆଣେ ଟାଣି l


ପାଷାଣ ପରି ସବୁ ସହିକି

ଦିଅନ୍ତି ଆମେ ଦାନା

ଜୀବନ ଯାକ କଷ୍ଟ ସହନ୍ତି 

 କାନ୍ଦିଆ ତାଙ୍କୁ ମନା l


ଦିବା ଓ ରାତ୍ର କରନ୍ତି ଶ୍ରମ 

ଦେଖିନୁ ତାଙ୍କ ଥକା

ସବୁରି କାମେ ଦେଖୁ ସଫଳ

କରନ୍ତି ସିଏ ଏକା l


ତାଙ୍କରି ଶ୍ରମେ ମରିଛି ଭୋକ 

ପେଟରେ ନେଇ ଦାନା

ଉପାସେ ଭୋକେ ରହନ୍ତି ନିଜେ 

ପାଟି ଖୋଲିବା ମନା l


ସ୍ନେହ ଆଦର ଦିଅନ୍ତି ବାଣ୍ଟି

ଆନନ୍ଦ ମିଳେ ସିନା

ବାଣ୍ଟି ସାରିଲେ କିଛି ନଥାଏ

ନିଜ ଖୁସିଟା ମନା l


ଉପଦେଶରେ ମିଳେ ସୁନାମ

ଲମ୍ବିଛି ଫୁଲ ହାର

ଦିଶେନି ତାଙ୍କ ଟାଣୁଆ ସୂତା 

ଫୁଲ ହାର ଆଧାର l


ଦୁଗ୍ଧ ମଧ୍ୟରେ ଅଦୃଶ୍ୟ ଘୃତ

ପଛରେ ମେରୁଦଣ୍ଡ 

ସବୁ ସଫଳ ତାଙ୍କରି ପାଇଁ

ଦେଖେ ସାରା ବ୍ରହ୍ମlଣ୍ଡ l


ଖାଦ୍ୟ ଭିତରେ ସେ ଲବଣ

ସ୍ୱାଦର ମୁଖ୍ୟ ଧାର

ଖାଦ୍ୟରେ ଯେବେ ଅଭାବ ଆସେ 

ଖୋଜେ ସନ୍ତାନ ତାର l


ଜୀବନେ ଆସେ ଯେତେ କଟୁକ୍ତି

ସହିଛି ଯେଉଁ ନର

ସେ କେହି ନୁହେଁ ଆମରି ସ୍ୱର୍ଗ 

ପୂଜ୍ୟ ପିତା ଆମର l


ପୂଜା ସମ୍ମାନ କିଛି ମିଳେନି

ଜୀବଦ୍ଦଶାରେ ତାଙ୍କ

ଦିନେ ଶ୍ରମିକ ରାତ୍ରେ ପ୍ରହରୀ 

ଜୀବନେ ଥାଏ ବାଙ୍କ l


ପଞ୍ଚଭୁତରେ ମୁଖ୍ୟ ଆୟୁଦ୍ଧ

ପାଣି ପବନ ଆମ 

ନିସ୍ଵାର୍ଥେ ଦେଖୁ ସନ୍ତାନେ ପ୍ରେମ 

ସଫଳ ସବୁ କାମ l


ଧନ୍ୟ ହେଁ ବାପା ରହିଛ ସଦା 

ଆମ ମୁଖ୍ୟ ଆୟୁଧ

ପ୍ରଚ୍ଛଦ ପଟେ ଆମ ନାୟକ

ଜୀବନେ ନାହିଁ ବାଧ ।


ବା-ରେ ପବନ ସେ ପା-ରେ ପାଣି

ସମସ୍ତେ ଛନ୍ତି ଜାଣି

ଦୁଇ ଅକ୍ଷର ଯେବେ ମିଶଇ 

ବାପାଙ୍କୁ ଆଣେ ଟାଣି ।


Rate this content
Log in

Similar oriya poem from Inspirational