STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଅଦିନ ଚଡ଼କ

ଅଦିନ ଚଡ଼କ

1 min
3K

ନିଜ ଠାରୁ ଅଧିକ

ଭଲପାଉଥିବା ଲୋକ

ସ୍ୱାର୍ଥପାଇଁ ଯେବେ

ସ୍ୱାର୍ଥପର ହୁଏ

ପରଦେଶୀ ହୋଇ

ନିଜକୁ ପରିଚୟ ମାଗେ

ଲାତ ମାରି ଛାଡ଼ି ଚାଲିଯାଏ

ଅଵିଵେକୀ ହୁଏ

ମନକୁ ଭାଙ୍ଗେ

ସପନ ଚୁରମାର କରେ

ନିରୀହ ହୃଦୟ ହତ୍ୟାକରେ

ପଛକଥା ସବୁ ପାସୋରିଦିଏ

ପୁରୁଣାକଥା ବିଷ ବୋଲି ଭାବେ

ଅଚିହ୍ନା ହୁଏ

ପର ପାଇଁ ଜୀବନ ଦିଏ

ଭାବନାହୀନ ହୋଇ

ବେଦରଦୀ ହୁଏ

ସୁନା ସପନ ଚୁନା କରେ

ଅଦିନେ ଚଡ଼କ ପଡ଼େ

ମରି ମରି

ଜିଇଁବାକୁ ହୁଏ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract