STORYMIRROR

Jayashree Maharana

Abstract

2  

Jayashree Maharana

Abstract

ଅଦିନ ବର୍ଷା

ଅଦିନ ବର୍ଷା

1 min
171

ଅଦିନିଆ ସେଇ ବରଷା ଝରରେ

  ଭିଜିଯାଇ ଝିଅଟିଏ

ଭିଜା ତନୁକୁ ତା' ଲୁଚେଇବା ପାଇଁ

  ଖୋଜୁଥିଲା ଆଶ୍ରାଟିଏ


ଶୁନ୍ ଶାନ୍ ରାସ୍ତା ନଥିଲା ସାହାର

  ଥିଲା ଦୁରେ ଗଛ ଏକ

ଗଛ ତଳେ କିନ୍ତୁ ଠିଆଥିଲି ମୁହିଁ

   ନିର୍ଜନତା ଆଖପାଖ


ଉପାୟ ନପାଇ ଚୁପ୍ ଚାପ୍ ଯାଇ

  ଠିଆ ହେଲା ପାଶେ ମୋର

ଥରୁଥିଲା ସିଏ ଅଦିନ ବର୍ଷାରେ

  ହୋଇ ଓଦା ସରସର


କହୁଥିଲା କିଛି ତା'ର ଓଠ ଆଖି

  ହଜିଗଲି ମୁହିଁ କ୍ଷଣେ

ତା'ପାଇଁ ହୃଦରେ ଶିହରଣ ଖେଳି

  ଭରିଗଲା ପ୍ରୀତି ମନେ


ନିର୍ଜନତା ଭାଙ୍ଗି ପଚାରିଲି ତାକୁ

  କେଉଁଠାରେ ତା'ର ଘର

ଅଦିନ ବର୍ଷାଟି କଲା ହଇରାଣ

  ଦେଇଥିଲା ସେ ଉତ୍ତର


ନାମ, ଗ୍ରାମ କହି ସ୍ମିତହାସ୍ୟ ଦେଇ

  ଲାଜେ ଯାଉଥିଲା ନଇଁ

ହୃଦୟରେ ମିଠା ମିଠା ଶିହରଣ

  ଖେଳିଗଲା ଅବା କାହିଁ


ମନ କହୁଥିଲା ତାକୁ ସାଥେ ନେଇ

  ଗଢିବାକୁ ପ୍ରେମଘର

ବର୍ଷା ନୁହେଁ ସେତ ପୀରତିର ମଧୁ

   ଝରୁଥିଲା ଝର ଝର


ଛବିଟିଏ ତା'ର ହୃଦୟରେ କାହିଁ

   ଆଙ୍କିଦେଲି ନୀରବରେ

ସିଏ ଜଳୁଥିଲା ମୁଁ ବି ଜଳୁଥିଲି

   ପୀରତିର କାମନାରେ


ଅବୁଝା ମନୋଇ ମିଠା ଆଶ୍ଳେଷରେ

   ଲୋଟିଗଲା ଛାତିତଳେ

ଥିଲା ସାକ୍ଷୀ ସେଇ ଅଦିନ ବରଷା

   ହସୁଥିଲା ପ୍ରୀତି ଛଳେ


ପ୍ରଥମ ପ୍ରେମର ରଙ୍ଗ ଭରିଗଲା 

   ଦୁହିଁଙ୍କର ହୃଦୟରେ

ମିଠା ମିଠା ସେଇ ପୀରତିର ଭାଷା

   ଭିଜିଥିଲୁ ଆନନ୍ଦରେ


ନବ ବଧୂ ସାଜି ଘରକୁ ଆସିଲା 

   ସେଇ ଅପରୂପା ପ୍ରିୟା

ପ୍ରୀତିର ଦୀପାଳି ପ୍ରତି ମୁହୂର୍ତ୍ତରେ

   ଜାଳୁଅଛି ମୋର ହିଆ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract