STORYMIRROR

NAGENDRA KUMAR ROUT

Romance

2  

NAGENDRA KUMAR ROUT

Romance

ଅଧୁରା ପ୍ରେମ

ଅଧୁରା ପ୍ରେମ

1 min
157

କଥା ଦେଇ ଥିଲ

ଜୀବନ ସାରାଟା

ରହିବ ମୋହର ହୋଇ

ଛାଡି ଚାଲିଗଲ

ଅଧାରୁ କେମିତି

ମୋ ଦୁନିଆ

ଅନ୍ଧାର କରି

ତୁମେ କି ଜାଣିନ

ଛଳନା କେବେବି

କରି ନାହଁ ଜୀବନରେ

ସମୟ ଏପରି

ଖେଳ ଖେଳି ଦେଲା

ଭାବି ଭାବି ମୁଣ୍ଡ ଘୁରେ

ମୋ ପ୍ରେମର ମୂଲ

କାହୁଁ ବା ବୁଝିବ

ମନରେ ମହୁଲି ନିଶା

ଦୁନିଆଁ ବୁକୁରେ

କେମିତି ବଞ୍ଚିବି

ଏ ଜଟିଳ ଅଙ୍କ କଷା

ଅଧୁରା ରହିଲା

ଆମ ପ୍ରେମ କଥା

ଆର ଜୀବନକୁ ପୁଣି

ଏଜୀବନଟା

ବୃଥା ମୋ ହୋଇଲା

ତୁମ ନାମ ଗୁଣି ଗୁଣି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance