STORYMIRROR

Mahendra Kumar Swain

Romance Tragedy

3  

Mahendra Kumar Swain

Romance Tragedy

ଅଧୁରା କାହାଣୀ

ଅଧୁରା କାହାଣୀ

1 min
308

ତୋର ମୋର ସେଇ ପ୍ରେମ କାହାଣୀ ଯେ

ଅଧୁରା ଯେ ରହିଗଲା

ନଜର କାହାର ସତେ ଯେ ଆମକୁ 

କାହାର ତ ଲାଗିଗଲା 


କଥା ହୋଇଥିଲେ ସାତ ଜନମକୁ

ସାଥି ହୋଇ ରହିଥିବା

ଯେତେ କଷ୍ଟ ଆସୁ ଜୀବନରେ ପଛେ

ହାତ ଆମେ ଧରିଥିବା 


ବଧୁ ବେଶ ହୋଇ ଆଣିବି ବୋଲି ମୁଁ

ସ୍ୱପ୍ନ କେତେ ଦେଖିଥିଲି

ବଧୁ ବେଶ ତୋର ଦେଖିବାକୁ ଆଜି 

ଯାଇ ମୁଁ ତ ପାରିଲିନି 


ଚାଲିଗଲୁ ଆଜି ଫୁଲଟିଏ ହେଇ 

ଆଉ କାହା ଅଗଣାର 

ନୂଆ ସ୍ୱପ୍ନ ନେଇ ମନରେ ତୋହର 

ଗଢିବୁ ନୂଆ ସଂସାର 


ରହିଗଲା ଅଧା ଆମ କାହାଣୀ ଯେ 

ସରିଗଲା ପରା କାଳି

ଭାଗ୍ୟ ଟାଣିଦେଲା ଲକ୍ଷ୍ମଣ ରେଖାରେ

ପଡିଗଲେ ଆମେ ବଳି 


ଦେବି ନାହିଁ ଦୋଷ କେବେ ବି ତତେ ଲୋ

ଭାଗ୍ୟକୁ ଦେବି ମୋ ଦୋଷ

ଚାଲିଗଲା ପରେ ଜୀବନ ମୋହର 

ହୋଇ ଯାଇଛି ଲୋ ଶେଷ 


ହସି ବୁଲୁଥିଲେ ସ୍ୱପ୍ନ ଦେଖୁଥିଲେ

କରିବା ଆମର ଘର

ରହିଗଲା ଆମ କାହାଣୀ ଅଧୁରା

ହୋଇଗଲେ ଆମେ ପର 


ତୋଳିଥିବା ଆମ ବାଲି ଘରକୁ ଲୋ

ଢେଉ ଆସି ଭାଙ୍ଗିଦେଲା

ସ୍ୱପ୍ନର ଘରକୁ ନେଇ କରି ଆମ

ସମୁଦ୍ରରେ ମିଶେଇଲା 


ବୋହୁ କରି ତତେ ଆଣିବି ବୋଲି ମୁଁ

କଥା ତତେ ଦେଇଥିଲି

ଭାଗ୍ୟ ବାନ୍ଧିଦେଲା ଶିଙ୍କୁଳିରେ ମତେ

ଏକା ଆଜି ହୋଇଗଲି 


ନୀଳ ଆକାଶର ତଳେ ଆମେ ଦୁହେଁ

ସ୍ୱପ୍ନ ଦେଖି ଉଡୁଥିଲେ

କେଉଁଠୁ ଆସିଲା ଅଜଣା ଏ ମେଘ

ଅଲଗା ଯେ ହୋଇଗଲେ


ଲେଖିବାକୁ ଆଉ ନାହିଁ ପାଖେ ଶବ୍ଦ

ପ୍ରେମ କାହାଣୀକୁ ଆମ

ଅଧୁରା କାହାଣୀ ଅଧାରେ ରହିଲା

ଦେବି ତାକୁ କେଉଁ ନାମ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance