STORYMIRROR

PUSPALATA SAHOO

Tragedy

3  

PUSPALATA SAHOO

Tragedy

ଅଧୁରା କାହାଣୀ

ଅଧୁରା କାହାଣୀ

1 min
332

ଆସିଥିଲି ସଂସାରକୁ 

କେତେ ଆଶା ନେଇ 

ତୁମକୁ ବାହା ହୋଇ 

ଖୁସି ଗଲି ପାଇ ।


ରଖିଲି ହୃଦୟରେ 

ତୁମସ୍ମୃତି ସାଇତି 

ମୋ ମନ ବଗିଚାରେ 

ସାଜି ପ୍ରଜାପତି ।


ହେଲେ ବୁଝିଲନି ତୁମେ 

ମୋ ମନ ଭାବନା 

କପଟ କରିଲ ସାଥେ 

ମନ ହେଲା ଉଣା ।


ବିଦାୟ ନେଉଛି ଆଜି 

ତୁମ ଠାରୁ ପ୍ରିୟେ 

ସ୍ମୃତି ମୋ ସାଇତିବ 

ତୁମରି ହୃଦୟେ ।


ଅଧୁରା ଆମ କାହାଣୀ 

ପୁରା ତୁମେ କରିବ 

ସପନ ଭାଙ୍ଗିବାକୁ 

ମନେ ନ ଧରିବ ।


ସନ୍ତକ ଟିକୁ ମୋର 

ରଖିବ ଯତନେ 

କାଳେ କିଏ ହଜାଇବ 

ମୋ ବିନା ଗୋପନେ ।



Rate this content
Log in

Similar oriya poem from Tragedy