ଅଧମ ମନୁଷ୍ୟ
ଅଧମ ମନୁଷ୍ୟ
ମୁଁ ଅଧମ ମଣିଷ
ମୋତେ ଜନମ ଦେଇ ଜଗତକରତା
ବୁଦ୍ଧି ଜ୍ଞାନ ସଂସ୍କାରେ
ଅପୂର୍ଣ୍ଣ କଳସ ମୋର ପୂର୍ଣ୍ଣ କରିଲେ
କିନ୍ତୁ ମୋ ମନ ସଦା
କୁଟକପଟ ଚିନ୍ତାରେ ଘାରି ହେଲା l
କଳୁଷିତ ମନ ମୋର
ଈଶ୍ୱରଙ୍କ ଆସ୍ଥାରେ ଅବିଶ୍ୱାସ କଲା,
ଅହଂକାରେ ମାତି ଆଜି
ନିଜ ବିବେକ ଶୂନ୍ୟ ହେଲା,
ପରଶ୍ରୀକାତର, ନିନ୍ଦା
ଗଳ୍ପ ଦିନ ଯେ ସରିଲା।
ମୁଁ ଅଧମ ମଣିଷ
ପରସୁଖ ଦେଖି ମନ
ଅଗ୍ନି ଶିଖା ପ୍ରଜ୍ବଳିତ ହେଲା l
ଦୟା, କ୍ଷମା, ବିନୟରୁ ସଦା ବାହାରି
ମୁଁ ଚତୁଃର୍ଦିଗ ମୋର ମୋର ବୋଲି
କଂସ ପରି ଭାବ ଆସିଗଲା,
ଜାଣିନି ମୋ ପତନ କିପରି ।
ମୁଁ ଅଧମ ମଣିଷ
&nb
sp;ନାହିଁ ଜ୍ଞାନଚକ୍ଷୁ,ନାହିଁ ଦିବ୍ୟଚକ୍ଷୁ
ସଦା ପାପ ଚକ୍ଷୁ ମୋର
ହୃଦୟେ ଅଶାନ୍ତି ଆସିଲା ।
ମୁଁ ମଣିଷ କାହିଁକି
ଏ ପ୍ରକୃତି ଈଶ୍ୱର ଦେଲେ
କେତେ ଆୟତ୍ତରେ ରଖିବି ମନକୁ ଜାଣେନା
ହେ ପ୍ରଭୁ ଜୀବନ ଏତିକି ପ୍ରାର୍ଥନା
ଏ କୁପ୍ରବୃତ୍ତି ଯାଉ ମୋ ଦୂରକୁ
ଭରିଦିଅ ଶାନ୍ତି ଏଇ ମୋ ହୃଦୟେ,
ମୁଁ ମଣିଷ
ମାନବିକତାର ଉର୍ଦ୍ଧ୍ୱରେ ମୋତେ ପହଞ୍ଚାଅ ।
ସକଳ ହୃଦୟକୁ ମୋ ନିଜର କରେ l
ସ୍ନେହ ଶ୍ରଦ୍ଧା ଦୟା କ୍ଷମା ଭରିଦିଅ
ମୋର ପ୍ରାଣରେ
ଆତ୍ମା ପବିତ୍ର ଏ ଶରୀର ପବିତ୍ର ସଦା ଥାଉ,
ସଂସାରରୁ ସୁଖ ମନାସୁ ମନାସୁ
ଏ ସଂସାରୁ ବିଦାୟ ହେଉ,
ମୁଁ ଅଧମ ମଣିଷ
ଏହା ହିଁ ମୋ ଆଶା l