STORYMIRROR

Satyabati Swain

Abstract

4  

Satyabati Swain

Abstract

ଅଧାଜଳା ସିଗାରେଟ୍

ଅଧାଜଳା ସିଗାରେଟ୍

1 min
374

ସିଏ ଛତା ଧରି ଯାଉଥିଲା

ପବନ ଯାହାକୁ ଉଡେଇ ନେଲା

ଅଧାଜଳା ସିଗାରେଟ୍

ରାସ୍ତାରେ ଗଡୁଥିଲା

ଲଙ୍ଗଳା ମଙ୍ଗଳା ହୋଇ

ତାକୁ ଉଠେଇ ଆଣି

ସେ ଓଠରେ ଲଗାଇ ଦିଆସିଲି ମାରିଲା।


ନିଆଁ ଜଳୁଥିଲା

ବ୍ଲାଷ୍ଟଫରନେସରେ

ଶୀତ କୁଙ୍କୁରୀ କାଙ୍କୁରୀ ହେଉଥିଲା

ବୁଲା କୁକୁର ପେଟତଳେ

ସେ ହତାଶ ହେଲା

ଓଦା ସିଗାରେଟ୍ ନିଆଁ ଧରିଲାଣି।


ତାର ରାଗ ହେଲା

ସେ ଟିକି ଟିକି କରି

ଦାନ୍ତରେ କାମୁଡ଼ି କ୍ଷତ କଲା

କେଉଁଠୁ ଗୋଟେ ଭାସି ଆସୁଥିଲା

ଆଜ୍ ମୌସମ୍ ବଡା...

ସିଗାରେଟ୍ ଧକଉଥିଲା

ବୁଟ ତଳେ

ବନ୍ଦ ହୋଇଗଲା

ତା ନିଃଶ୍ବାସ।


ଏଇ ଦେଖ ଫର୍ଚ୍ଚା ଆକାଶ

ସେ ଗଙ୍ଗାରେ ଡୁବ ମାରି

ପଖାଳୁଥିଲା

ତା ପାପ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract