ଅଧାଜଳା ସିଗାରେଟ୍
ଅଧାଜଳା ସିଗାରେଟ୍
ସିଏ ଛତା ଧରି ଯାଉଥିଲା
ପବନ ଯାହାକୁ ଉଡେଇ ନେଲା
ଅଧାଜଳା ସିଗାରେଟ୍
ରାସ୍ତାରେ ଗଡୁଥିଲା
ଲଙ୍ଗଳା ମଙ୍ଗଳା ହୋଇ
ତାକୁ ଉଠେଇ ଆଣି
ସେ ଓଠରେ ଲଗାଇ ଦିଆସିଲି ମାରିଲା।
ନିଆଁ ଜଳୁଥିଲା
ବ୍ଲାଷ୍ଟଫରନେସରେ
ଶୀତ କୁଙ୍କୁରୀ କାଙ୍କୁରୀ ହେଉଥିଲା
ବୁଲା କୁକୁର ପେଟତଳେ
ସେ ହତାଶ ହେଲା
ଓଦା ସିଗାରେଟ୍ ନିଆଁ ଧରିଲାଣି।
ତାର ରାଗ ହେଲା
ସେ ଟିକି ଟିକି କରି
ଦାନ୍ତରେ କାମୁଡ଼ି କ୍ଷତ କଲା
କେଉଁଠୁ ଗୋଟେ ଭାସି ଆସୁଥିଲା
ଆଜ୍ ମୌସମ୍ ବଡା...
ସିଗାରେଟ୍ ଧକଉଥିଲା
ବୁଟ ତଳେ
ବନ୍ଦ ହୋଇଗଲା
ତା ନିଃଶ୍ବାସ।
ଏଇ ଦେଖ ଫର୍ଚ୍ଚା ଆକାଶ
ସେ ଗଙ୍ଗାରେ ଡୁବ ମାରି
ପଖାଳୁଥିଲା
ତା ପାପ।
