STORYMIRROR

Prafulla Chandra Mishra

Romance

4  

Prafulla Chandra Mishra

Romance

ଅଧା ସପନ ମୋ

ଅଧା ସପନ ମୋ

1 min
559


ଆଖିରେ ଆଖିଏ ସପନ ସଜେଇ

ଦୂରେଇ ଦୂରେଇ ଯାଅ

ମୁକୁଳା ମନ ମୋ ଉଛୁଳା ପ୍ରେମରେ ଡାକେ ଆଉଟିକେ ରହ 

ରାତି ସରିନାହିଁ ମନ ମରିନାହିଁ ବାକିତ ଅନେକ ମୋହ

ଅଧା ସପନରୁ କେମିତି ମୋଠାରୁ

ଦୂରେଇ ଦୂରେଇ ଯାଅ ।

     

ମଧୁର ମଧୁର ପ୍ରେମରାଗେ ବାଜେ 

ଏବେବି ବଇଁଶୀ ସୁର

ଉତ୍ତଳା ସେ ସୁର ନାଦେ ଉଲ୍ଲସିତ ଏବେ ଅପଘନ ମୋର

ସପନ ଦେଖିବା ଏଇତ ଆରମ୍ଭ କେମିତି କହିବି କୁହ

ଅଧା ସପନରୁ କେମିତି ମୋଠାରୁ

ଦୂରେଇ ଦୂରେଇ ଯାଅ ।

      

ଶିତଳ ଜୋଛନା ଶିକର ବିନ୍ଦୁରେ

ଭିଜାଇଲ ଯେବେ ଆସି

ଶଠ ବୋଲି ତିଳେ ଭାବିତ ନଥିଲି ହୋଇଯାଇ ଅତି ଖୁସି

ଅକାତରେ ସିନା ତୁମପାସେ ବନ୍ଧୁ ସମର୍ପି ଦେଲି ମୋ ଦେହ

ଅଧା ସପନରୁ କେମିତି ମୋଠାରୁ

ଦୂରେଇ ଦୂରେଇ ଯାଅ ।

     

ପ୍ରେମ ଜୋଛନାର ମଦିରା ପିଆଇ

ମତୁଆଲା କରିଦେଲ

ଲକ୍ଷେ ଯୋଜନ ରେ ଥାଇ ତୁମେ ମୋତେ ଏମିତି କେମିତି କଲ

ତୁମେକି ଯାଣିଛ ଭୋଜବାଯୀ ବିଦ୍ୟା ତୁମ ପ୍ରତି ତୁମ ସ୍ନେହ

ଭୁଲି ମୁଁ ପାରୁନାହିଁ ତଥାପି କେମିତି

ଦୂରେଇ ଦୂରେଇ ଯାଅ ।

     

ରାତି ସରିନାହିଁ ମନ ମରିନାହିଁ

ଆଉ ଦଣ୍ଡେ କ୍ଷଣେ ରହ

ସିନ୍ଦୂରା ଫାଟିନି ତର ତର କିଆଁ ଆଉ ଟିକେ ରହ ରହ

ତୁମେ ଯିବ ଚାଲି ଦିନ ସାରା ଆଉ ଦେଖିପାରିବିନି ମୁହଁ

ଅଧା ସପନରୁ କେମିତି ମୋଠାରୁ

ଦୂରେଇ ଦୂରେଇ ଯାଅ ।

      

ତୁମେ ତ କୁମୁଦ ବାନ୍ଧବ ମୁଁ ତୁମ 

ଅଭାଗିନୀ କଇଁ ପ୍ରିୟା

ତୁମରି ବିରହ ପ୍ରତିକ୍ଷା ମୋହର କର ବନ୍ଧୁ ମୋରେ ଦୟା

ସଅଳ ଆସିବ ବେଳ ଥାଉ ଥାଉ ଆସିବାକୁ କଥା ଦିଅ

ଅଧା ସପନରୁ ମୋପାସରୁ କିଆଁ

ଦୂରେଇ ଦୂରେଇ ଯାଅ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance