STORYMIRROR

Kishore Nayak

Tragedy

3  

Kishore Nayak

Tragedy

ଅଧା ଗଢ଼ା ଏଇ ଜୀବନ ବିଥିକା

ଅଧା ଗଢ଼ା ଏଇ ଜୀବନ ବିଥିକା

1 min
199


ଜୀବନ ବାଟରେ ଚାଲୁ ଚାଲୁ ଏଠି 

ସୃଷ୍ଟି ହୁଏ ନିତି କେତେ ଏକାଙ୍କିକା 

ଏ ଦୁନିଆ ଏକ ରଙ୍ଗ ମଞ୍ଚ ବନ୍ଧୁ 

ଅଧା ଗଢ଼ା ଏଇ ଜୀବନ ବିଥିକା ll

ଜୀବନଟା ଏକ ଏମିତିକା ଶବ୍ଦ 

ଯେତିକି ସହଜ ସେତିକି କଠିନ 

କେବେ ଏ ଜୀବନ ଆନନ୍ଦର ସ୍ୱର୍ଗ 

କେବେ ପୁଣି ବନ୍ଧୁ ସଂଘର୍ଷରେ ପୂର୍ଣ୍ଣ ll

କେବେ ଏ ଜୀବନ ହସର କିରଣ 

କେବେତ ଖରା ପୁଣି କେବେତ ଛାଇ

ଖୁସି ଆନନ୍ଦରେ ଆତ୍ମହରା କେବେ 

କେବେ ପୁଣି ବନ୍ଧୁ ଲୋତକର ନଈ ll

ଏ ଜୀବନ କେବେ ନୁହଁଇ ପୂର୍ଣ୍ଣାଙ୍ଗ 

ସବୁବେଳେ ସେ ତ ଅଟେ ଅଧା ଗଢ଼ା 

ଶଙ୍କା ଆଶଙ୍କାର ଭିତ୍ତିପ୍ରସ୍ତରରେ 

ତଥାପି ଦମ୍ଭରେ ହୋଇଥାଏ ଛିଡା ll

ପ୍ରାପ୍ତିର ଦୁଆରେ ସଫଳତା କେବେ 

ଜୀବନରେ ଆଣେ ଖୁସିର ବାରତା 

କେବେ ପୁଣି ବନ୍ଧୁ ନିଃସଂଗ ନିରାଶା 

ଭରିଦିଏ ପୁଣି ଖାଲି ନୀରବତା ll

ଦିନ ସରିଯାଏ ଚାହୁଁ ଚାହୁଁ ଏଠି 

କରୁ କରୁ ସତ ମିଛ ଅଭିନୟ 

କେବେ ନିନ୍ଦା କେବେ ପ୍ରଶଂସା ଗୋଟାଏ 

କେବେ ଭରିଯାଏ ବିଷାଦ ସଂଶୟ ll

ଅଧା ଗଢ଼ା ଏଇ ଭଙ୍ଗୁର ଜୀବନ 

ଏ ତ ସେଇ ବିଧାତାର ଅଭିଲେଖା 

ସେଥିପାଇଁ ବନ୍ଧୁ ନାମଟିଏ ଦେଲି 

ଅଧା ଗଢ଼ା ଏଇ ଜୀବନ ବିଥିକା ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy