ଅଡୁଆ ସୁତା
ଅଡୁଆ ସୁତା
ତୋର ବଡଦାଣ୍ଡେ ପାଦ ଦେଲେ ଥରେ
ଲାଖି ଯାଏ ପାଦ ଶରଧାବାଲିରେ.
ମନ ଖୋଜେ ସେଠି ତୋର ପିଲାଦିନ
ଭାଇ ବଳରାମ ସାଥେ ବାଲିଖେଳେ.
ତୋର ସେ କାହାଣୀ କହୁଛି ବଖାଣି
ଶରଧା ବାଲିରେ ତୋ ଗୁଣ୍ଡିଚା ରାଣୀ.
ଚାହିଁଛି ବାଟକୁ ତୋ ବରଷକେ ଥରେ. l0l
ମହୁମାଛି ଖୋଜେ ସଦା ସଦ୍ୟ ଫୁଟା ଫୁଲଟି
ଚୁମ୍ବିଦେଲେ ଲାଗି ହୁଏ ପୟରେ.
କେଉଁ ପ୍ରେମେ ବାନ୍ଧି ତୋତେ ତୋ ମନକୁ କିଣିଛି.
ଝୁରୁଛି ମନ ତୋ ନିତି ସକାଳେ.
ଧନ୍ୟରେ ମକ୍ଷିକା ଧନ୍ୟ ମକରନ୍ଦ
ହୁଏ ନାହିଁ କେବେ ଶଙ୍ଖୁଡି ସିଏରେ. l1l
ଚାହିଁଛି ତୁଳସୀ ତୋତେରେ ହୋଇ ବାରମାସୀ
ନିତି ତୋ ଗଳାରେ ହୁଅଇ ଖୁସି.
ବୃନ୍ଦା ଅଭିଶାପେ ପାଷାଣ ହୋଇ ଶିରରେ
ତୁମେ ପିନ୍ଧିଲ ପ୍ରଭୁ ହସି ହସି.
ତୋ ପ୍ରେମ ଫାଶର ଅଡୁଆ ସୂତାକୁ
କିଏ ତ ଏଠି ବୁଝିବ କହରେ. l2l