STORYMIRROR

Kalandi pal

Inspirational

3  

Kalandi pal

Inspirational

ଅଡୁଆ ସୁତା

ଅଡୁଆ ସୁତା

1 min
234

ତୋର ବଡଦାଣ୍ଡେ ପାଦ ଦେଲେ ଥରେ

  ଲାଖି ଯାଏ ପାଦ ଶରଧାବାଲିରେ.

ମନ ଖୋଜେ ସେଠି ତୋର ପିଲାଦିନ

  ଭାଇ ବଳରାମ ସାଥେ ବାଲିଖେଳେ.

ତୋର ସେ କାହାଣୀ କହୁଛି ବଖାଣି

  ଶରଧା ବାଲିରେ ତୋ ଗୁଣ୍ଡିଚା ରାଣୀ.

ଚାହିଁଛି ବାଟକୁ ତୋ ବରଷକେ ଥରେ. l0l


ମହୁମାଛି ଖୋଜେ ସଦା ସଦ୍ୟ ଫୁଟା ଫୁଲଟି

   ଚୁମ୍ବିଦେଲେ ଲାଗି ହୁଏ ପୟରେ.

କେଉଁ ପ୍ରେମେ ବାନ୍ଧି ତୋତେ ତୋ ମନକୁ କିଣିଛି.

   ଝୁରୁଛି ମନ ତୋ ନିତି ସକାଳେ.

ଧନ୍ୟରେ ମକ୍ଷିକା ଧନ୍ୟ ମକରନ୍ଦ

   ହୁଏ ନାହିଁ କେବେ ଶଙ୍ଖୁଡି ସିଏରେ. l1l


ଚାହିଁଛି ତୁଳସୀ ତୋତେରେ ହୋଇ ବାରମାସୀ

   ନିତି ତୋ ଗଳାରେ ହୁଅଇ ଖୁସି.

ବୃନ୍ଦା ଅଭିଶାପେ ପାଷାଣ ହୋଇ ଶିରରେ

   ତୁମେ ପିନ୍ଧିଲ ପ୍ରଭୁ ହସି ହସି.

ତୋ ପ୍ରେମ ଫାଶର ଅଡୁଆ ସୂତାକୁ

  କିଏ ତ ଏଠି ବୁଝିବ କହରେ. l2l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational