STORYMIRROR

Ashutosh Swain

Classics Others

3  

Ashutosh Swain

Classics Others

ଅଦ୍ଭୁତ ବୃକ୍ଷ

ଅଦ୍ଭୁତ ବୃକ୍ଷ

1 min
11.9K

ପର୍ବତେ ଦେଖିଲି ଅଦ୍ଭୁତ ବୃକ୍ଷ

ନୀଳଶୈଳ ଠାରେ ସେହି ଯେ ଏକ

ଗୋଟିଏ ପତ୍ର ଯେ ଅଗ୍ରେ ଶୋଭିତ

ଆଉ ଦୁଇଗୋଟି କଡେ ଚିତ୍ରିତ

କି ସୁନ୍ଦର !!!!

ସତେ ସେହି ଯେ ବୃକ୍ଷ

ଦେଖିଦେଲେ ବାରେ ଘୁଂଚଇ ଦକ

ତାର ପ୍ରଚଣ୍ଡ ଛାୟାର ନାହିଁ ମାପକ

ତ୍ରି-ଜଗତ ଲୋକେ ମାରନ୍ତି ଥକା

ସେହି ଛାୟା ତଳେ ଥରେ ବସିଲେ

ସଂସାର ତ୍ରିଃତାପ ବାଧେନି ତିଳେ

ଆଧ୍ୟାତ୍ମିକ ପୁଣି ଆଧିଦୈବିକ,

ଆଧିଭୌତିକ ବି କିଛି ନକରେ

କାହିଁକେତେ ଦୂରୁ ସୁଅ ଛୁଟଇ

ବୃକ୍ଷ ଦେଖିବାକୁ ଧାଡିଲାଗଇ

ଦେଶବିଦେଶରୁ ନାନାଦି ଲୋକ

ଯେ ଦେଖିଲା ଥରେ ହେଲା ସେ ମୁଗ୍ଧ

ସାଧାରଣ ବୃକ୍ଷେ ଡାଳେ ସୁମନ

ସେ ଅଦ୍ଭୁତ ବୃକ୍ଷ ମୂଳେ ସୁମନ

ନାନା ରଙ୍ଗ ପୁଷ୍ପ ଦେଶୀବିଦେଶୀ

ମଣ୍ଡିତ କରେ ସେ ବୃକ୍ଷକୁ ଆସି

ମୂଳ ନାହିଁ ତାର ଅଗ୍ର ବି ନାହିଁ

ଦେଖିକରି ମୁହିଁ ତାଟକା ହୋଇ

ସେହି ଗଛ ଯିଏ ବାରେ ଦେଖଇ

ମନ ନ ବଳେ ତା' ଯିବାକୁ ଛାଡି

ଅତି କମନୀୟ ରୂପଟି ତାର

କେମିତି ଗଢିଲା କେ କାରିଗର

ପଥର ଲୋଡା କି କଣୀର ଲୋଡା

ମାଗିଦେଲେ ଦିଏ ଫଳ ପସରା

ସବୁ ରକମର ଫଳ ରଖଇ

ଯେଝା ଲୋଡା ଦେଖି ସେହୁ ବାଣ୍ଟଇ

ମନ ପ୍ରାଣ ଦେଇ ମାଗଇ ଯିଏ 

ଖାଲି ହାତେ କେବେ ନ ଫେରେ ସିଏ ॥



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics