STORYMIRROR

Indrabadal Mohanty

Classics

2  

Indrabadal Mohanty

Classics

ଅଚିହ୍ନା ମଣିଷର କୋହ...

ଅଚିହ୍ନା ମଣିଷର କୋହ...

1 min
299

ମୁଁ ଆଜି ଚିହ୍ନା ରାଇଜରେ

ଅଚିହ୍ନା ମଣିଷ ଟିଏ ସାଜିଛି,


ସମ୍ପର୍କର ନିବିଡ଼ତା ଭିତରେ ରହି ବି

ମୁଁ ଆଜି ଅଚିହ୍ନା ମଣିଷ ରୂପରେ ଗଣା ହେଉଛି


ପୁଣି କିଏ ଆଜି ଚିହ୍ନି କି ଅଚିହ୍ନା ହେବାର

ପ୍ରତାରଣା ଜାଲରେ ମତେ ବାନ୍ଧି ଦେଇଛି,


ଆଉ କିଏ ତା ହସଖୁସିରୁ ଦୂରେଇ ଦେଇବାକୁ ଯାଇ

ମତେ ଅଚିହ୍ନା ମଣିଷର୍ ଆଖ୍ୟା ଦେଇଛି


କାହା ସ୍ୱାର୍ଥ ସରିଗଲା ପରେ ଘନିଷ୍ଠତାରୁ ଦୁରେଇ

ଅଚିହ୍ନା ମଣିଷ ରୂପେ ସେ ଆଜି ବ୍ୟବହାର ଦେଖାଉଛି,


ପୁଣି କାହାପାଇଁ ମୋ ସ୍ନେହ ଓ ଭଲପାଇବାର

ଅଚିହ୍ନା ମଣିଷର କାଳେ ଛଳନା ସାଜିଛି


ନିଜତ୍ବର ନୂଆ ବାର୍ତା ସୃଷ୍ଟିକରିଥିବା ମଣିଷ ବି ଆଜି

ମତେ ଅଚିହ୍ନା ଭାବେ ଗଣନା କରୁଛି,


ସତରେ ବନ୍ଧୁତ୍ୱର୍ ସେତୁରେ ମୁଁ ଆଜି ଏକାଏକା

ସୁଖଦୁଃଖକୁ ସାଥେ ନେଇ ଅଚିହ୍ନା ମଣିଷ ଟିଏ ପାଲଟି ଯାଇଛି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics