STORYMIRROR

Dileswari Mehar

Inspirational

3  

Dileswari Mehar

Inspirational

ଅଚିହ୍ନା ମଣିଷ

ଅଚିହ୍ନା ମଣିଷ

1 min
206

ଛୋଟରୁ ବଡ କରିଛି ଯିଏ

ଅଚିହ୍ନା ମଣିଷ ଆଜି ସିଏ

ଦଶ ମାସ ଦଶ ଦିନ ଗର୍ଭେ ଧରି

ପୁଅ କେତେ ବିକଳରେ ଜନ୍ମ କରି

ଲାଳନ ପାଳନରେ କମି ନାହିଁ

ଯାହା ଚାହିଁଲେ ଦେଲେ ତହିଁ

ପାଠ ପଢାଇଲେ ଜମିବାଡି ବିକି

ପର ଦେଶେ ରଖିଲେ ନିଜେ ପିନ୍ଧି ଖାକି

ମାଆ ବାପାଙ୍କୁ ନ ପଚାରି କଲେ ବିବାହ

ବାପା ଦେଖିଥିବା ସ୍ୱପ୍ନ ହେଲା ଦାହ

ନିଜେ ଘରର ମାଲିକ ସାଜି

ସ୍ତ୍ରୀ ବ୍ୟତୀତ ସଭିଏଁ ଗଲେ ହଜି

ସ୍ତ୍ରୀ ପାଇ ମାଆ ବାପା ବୋଝ ହେଲେ

ଦୂରେଇ ଘର କୁଟୁମ୍ବ ଗଲେ 

ସତେ କି ମହାନ୍ ଅଛିରେ

ସ୍ତ୍ରୀ ଅବା ପାଠ ପଢ଼ାରେ

ଗର୍ବେ ଆଶଙ୍କାରେ ଅଚିହ୍ନା ଏ ମଣିଷ

ଚାକିରି ପାଇଲେ ଅଚିହ୍ନା ଏ ମଣିଷ

ସ୍ତ୍ରୀ ଚାହିଁଲେ ଅଚିହ୍ନା ଏ ମଣିଷ

ଧନ ଦେଖିଲେ ଅଚିହ୍ନା ଏ ମଣିଷ

ସୁନ୍ଦରତାରେ ଅଚିହ୍ନା ଏ ମଣିଷ

ଷଡରିପୂରେ ଅଚିହ୍ନା ଏ ମଣିଷ

ଏ ସବୁ ପାଇଲେ ସଭିଏଁ ପର

ଚିହ୍ନି ନାହିଁ ଆଜି କିଏ ଯେ କାହାର

ଅଢେଇ ଦିନ ଏ ମଣିଷ ଜୀବନ

ଆଜି ଅଛି କାଲି ନାହିଁ ପବନ

ଆସନ୍ତୁ ସଭିଏଁ ମିଳିମିଶି ରହିବା

ସମ୍ପର୍କର ବନ୍ଧନକୁ ବଳବାନ କରିବା

ଛିଣ୍ଡାଇବାନି ଏ ଡୋରି କେବେ

ଅଚିହ୍ନା ହେବ ଜୀବନ ଯିବ ଯେବେ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational