STORYMIRROR

Puspanjali Panda

Tragedy

2  

Puspanjali Panda

Tragedy

ଅଛୁଆଁ

ଅଛୁଆଁ

1 min
2.7K

ହେଇତ, ଇତିହାସ ହେଇଗଲି

ମରୀଚିକା ପଛେ ଧାଇଁ ଧାଇଁ

ଶେଷେ ଶୋଷ କୁ ତ ଭୂଲି ଗଲି

ଅଟକି ଗଲା ମୋ ସମୟ ସେଇଠି

ତୁମେ ପଛଘୁଞ୍ଚା ଦେଲ ବୋଲି

କେବଳ ତୁମକୁ ଚାହିଁବାର ଅପରାଧ

ଆଘ୍ରାଣେ ଥିଲା ଜୀବନର ଅବରୋଧ

ବେଫିକର ବେଖାତିର୍ ଥିଲି ବୋଲି

ଦୁନିଆର ସବୁ ଗରଳ ପାନ ମୁଁ କଲି

ତମେ ହଜିଗଲ ଯେତେବେଳେ

ଅସହାୟତାର ଆଢୁଆଳେ

ଥରୁଟେ ତୁମକୁ ଛୁଇଁ ଥିଲି ବୋଲି

ସଭିଙ୍କ ଅଛୁଆଁ ହେଲି

ହେଇତ,ମୁଁ ଇତିହାସ ହେଇଗଲି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy