STORYMIRROR

Gangotri Priyadarshini

Inspirational Others

3  

Gangotri Priyadarshini

Inspirational Others

ଅବ୍ୟକ୍ତ କବିତା

ଅବ୍ୟକ୍ତ କବିତା

1 min
311

କବିତା ମନ ତଳର ଅସୁମାରୀ କଥା

ଦୁଃଖ ସୁଖ ଜୀବନ ଯାତ୍ରା 

ଯାହା ସବୁ ପ୍ରତି ମୁହୂର୍ତ୍ତ ସାଇତା

କହି ହୁଏନି କୁ ସହି ହୁଏନି ବୋଲି ତ

କଳ୍ପନା ବାହାନାରେ ଲେଖି ଦିଏ କବିତା ।। 


ଛୁଇଁ ପାରେ ଜାଣେନି କେତେ ଅନ୍ତର

ସତରେ କଣ ମୋ ଭଳି ବି ଆହୁରି ଅନେକ

ସହିଛନ୍ତି ଜିଇଁଛନ୍ତି ମରି ମରି ମନକୁ ମାରି

ଦୁନିଆକୁ ଦେଖେଇବାକୁ ଯାଇ ମୁହଁ ଉପରେ

ହସି ହସି ସାହିଛନ୍ତି ଅନେକ ଅବ୍ୟକ୍ତ ବ୍ୟଥା ।।


କବିତା ର ସାହାରା ନେଇ ତ 

ବଞ୍ଚି ଯିବା ସହଜ ବାକିତକ ଜୀବନ

କବିତାର ସେତୁବନ୍ଧ ରେ କେତେଯେ ପ୍ରାଣ ଆଶ୍ରା ଖୋଜନ୍ତି

କଳ୍ପନା କେତେ ଯାଏ ମନରେ ଘର କରିବ ?

ଅନ୍ତର ଜ୍ଵାଳା ଶାନ୍ତ କରିବା କାଠିକର ପାଠ

ଦିକ୍ ଦିକ ହେଇ ଜଳେ ଆଉ ଲିିଭେ

କବିତାର ସାହଚର୍ଯ୍ୟ ଜୀବନକୁ ଶଦ୍ଦମୟ ଭାବମୟ କରେ

ଆଉ କିଛି ଦିନ ବଞ୍ଚି ଯିବାକୁ ପ୍ରେରଣା ଦିଏ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational