STORYMIRROR

Ansuman Swain

Romance

4  

Ansuman Swain

Romance

ଅବୁଝା ମୋ ପ୍ରିୟା

ଅବୁଝା ମୋ ପ୍ରିୟା

1 min
320


କେଡେ ଅଭିମାନୀ ତୁମେ ପ୍ରିୟା ମୋର

     କ୍ଷଣିକରେ ଯାଅ ରୁଷି

ମନେଇ ମନେଇ ଥକି ମୁଁ ପଡ଼ଇ

    ରୁହେ ତୁମ ପାଶେ ବସି ।।


ତୁମେ ମୋ ନୟନ ତୁମେ ମୋ ସ୍ପନ୍ଦନ

     ତୁମେ ମୋ ମନ ମାନସୀ

ଏହି ମନ ପ୍ରାଣ ଖୋଜୁ ଥାଏ ନିତି

     ହସୁ ଥାଅ ବାରମାସି ।।


ଟିକେ ଟିକେ କଥା ସହି ପାର ନାହିଁ

     କେମିତି କହିବି ମୁହିଁ

ତୁମ ପାଇଁ କେତେ ଦେଖେ ମୁଁ ସପନ

   ଅନ୍ଧାର ରାତିରେ ଶୋଇ ।।


ତୁମେ ସିନା ପ୍ରିୟା ଶୋଇ ଯାଅ ଏକା

     ମନେ ରଖି ଅଭିମାନ 

ତୁମ ପାଇଁ ଝୁରେ ଏମନ ଆକାଶ

    ଝୁରେ ଏହି ତନୁ ମନ ।।


ଅବୁଝା ହୁଅନି ଆଗୋ ପ୍ରିୟତମା

    ତୁମେ ମୋର ନେତ୍ର ଦୁଇ

ଆସିଛେ ସଂସାରେ କିଛି ଦିନ ପାଇଁ

    ହସି ଖେଳି ଯିବା ପାଇଁ ।।


ଛୋଟ,ଛୋଟ କଥା ମଥାକୁ ନିଅନି

      ହସିବ ଆମ ସଂସାର

ଦୁନିଆ ଦାଣ୍ଡରେ ଆମରି ସମ୍ପର୍କ

       ଗଢିବ ନୂତନ ଘର ।।


ଅମାନିଆ ମନ ମାନିଲାନି ଜମା

   ଲେଖି ଦେଲା ଦୁଇ ଧାଡି

ଭାବୁଛି ମାନସୀ ପଢି ମୋ କବିତା

    ହସିଦେବ ରାଗ ଛାଡି ।।



Rate this content
Log in

Similar oriya poem from Romance